
ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଆରକ୍ଷୀ ଅଧିକାରୀ ବ୍ରିଜେଶ କୁମାର ରାୟ ସାନଖେମୁଣ୍ଡି ଗସ୍ତରେ ଯାଇ ଉଭୟ ଆକସ୍ମିକ ଭାବରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମିଳିତ ଅନୁଧ୍ୟାନରେ ଥିବାରୁ ସାଧାରଣରେ ନାନା କଳ୍ପନା ପ୍ରକାଶ ପାଇଥିବା ଲକ୍ଷ କରାଯାଇଛି। ଉଭୟ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ସାନଖେମୁଣ୍ଡି ବ୍ଳକର ଜୀଉରା ପଞ୍ଚାୟତ ଯାତ୍ରା କରିଥିଲେ। ଜୀଉରା ଗ୍ରାମରେ ଚାଲିଥିବା ଆଦର୍ଶ ପୋଖରୀ , ଗ୍ରାମ୍ୟ ପାର୍କ ଅନୁଧ୍ୟାନ କରିବା ସହିତ ବଗିଚାରେ ରୋପଣ କରାଯାଇଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ବୃକ୍ଷରାଜିର ପରିଦର୍ଶନ କରିଥିଲେ। ଗ୍ରାମର ସରପଞ୍ଚ, ସମିତି ସଭ୍ୟ , ଗ୍ରାମ ବିଦ୍ୟାଳୟ କମିଟି ଓ ପୂର୍ବତନ ସରପଞ୍ଚଙ୍କ ଉପସ୍ଥିତରେ ଗ୍ରାମ୍ୟ ପାର୍କ ନିକଟରେ ଥିବା ବାଇଗଣ ଫସଲକୁ ଅନୁଧ୍ୟାନ କରିବା ସହ ଚାଷୀଙ୍କ ହିତ ପାଇଁ ପଞ୍ଚାୟତର ଆଭିମୁଖ୍ୟକୁ ଆଲୋଚନାକୁ ଆଣିଥିଲେ। ମନରେଗା କାର୍ଯ୍ୟକ୍ରମରେ ପ୍ରବାସୀନ୍କ କର୍ମ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତିକୁ କରାଇବାକୁ ପରାମର୍ଶ ରଖିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO