ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୯୯କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଏହି ସଂଖ୍ୟା ୬୯୮ ଥିଲା ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ପୁରୁଷ । ସେ କ୍ୱାରେଂଟାଇନ ସେଂଟରର । ତାଙ୍କର ସୁରତ ଲିଙ୍କ୍ ରହିଛି । ପୂର୍ବରୁ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପାଇଁ ପଠାଯାଇଥିଲା । ନମୂନା ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତଙ୍କୁ କୋଭିଡ଼୍ ହସ୍ପିଟାଲକୁ ପଠାଯାଇଛି ।
ଇତିମଧ୍ୟରେ ଜିଲ୍ଲାରେ ୬୧୬ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୭୭ ଟି ସକ୍ରିୟ ମାମଲା ରହିଛି । ଜିଲ୍ଲାରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସେହିପରି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରୀ ରହିଛି ।