
ଗଞ୍ଜାମ– ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଜୁନ ୧୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜିଲ୍ଲାକୁ ୧୯ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। ଯାହାଫଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାପାଇଁ ଅନୁମତି ଦିଆଯାଇଛି।ଏହି ସମୟରେ ଗାଡ଼ି, ମଟର, ଅଟୋ ଓ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଗତକାଲି ଭଞ୍ଜନଗର ଅଞ୍ଚଳ ରେ ୨ଟି ଓ ବେଳଗୁଣ୍ଠା ବ୍ଲକରେ ୪ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ତରଫରୁ ସଟଡାଉନ ନିୟମ କୁ କଡାକଡି ଭାବେ ପାଳନ କରାଯାଉଛି।
ତେଣୁ ଆଜି ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ଚେକିଙ୍ଗ ଜୋରଦାର କରିଛନ୍ତି ଜଗନ୍ନାଥ ପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ ଙ୍କ ସହ ଆଡିସିନାଲ ତହସିଲଦାର, ସୁପରଭାଇଜର ତହସିଲ କିଛି କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ଗାଡିମଟର କୁ ଯାଞ୍ଚ କରିବା ସହ ଅମାନିଆଙ୍କୁ ତାଗିଦ କରି ସେମାନଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି ଏବଂ ଦୁଇଟି ଦୋକାନ ମଧ୍ୟ ସିଲ କରିଛନ୍ତି
ଜଗନ୍ନାଥ ପ୍ରସାଦ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO