
ବ୍ରହ୍ମପୁର: ରାଷ୍ଟ୍ରୀୟ ମାନବାଧିକାର ପରିଷଦର ବ୍ରହ୍ମପୁର ମହାନଗର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ବ୍ରହ୍ମପୁରର ସତ୍ୟ ଚେତନ ପରିଡା । ଏହି ପଦ ପାଇଁ ଜାତୀୟ ମାନବାଧିକାର କେନ୍ଦ୍ରୀୟ ଅଧ୍ୟକ୍ଷ ଦେବପ୍ରସାଦ ଯୋଗୀ ମନୋନୀତ କରିଛନ୍ତି । ଏହି ମନୋନୀତ ପରେ ଶ୍ରୀ ପରିଡାଙ୍କୁ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ରାଷ୍ଟ୍ରୀୟ ପ୍ରବକ୍ତା ଡା.ଭବାନୀଶଙ୍କର ଦାସ, ଓଡ଼ିଶା ରାଜ୍ୟ ଅଧ୍ୟକ୍ଷା ବବିତା ପାତ୍ର, ଓଡ଼ିଶା ପ୍ରଦେଶର ଉପସଭାପତି ଲିଙ୍ଗରାଜ ସେନ, ଅଜୟ ଦ୍ୱିବେଦୀ, ରାଷ୍ଟ୍ରୀୟ ବିଧି ସଚିବ ବିଶ୍ୱରଞ୍ଜନ ଦାସ, ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ମହିଳା ସଂରକ୍ଷଣ ସମିତି ଯଶସ୍ମିନୀ ବଳ, ରାଜ୍ୟ ପ୍ରଦେଶ ପ୍ରବକ୍ତା ରାଧାକାନ୍ତ ରଥ, ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ରଥ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ । ତେବେ ସେ ନଗର ଅଧ୍ୟକ୍ଷ ଭାବେ ଯୋଗ ଦେବାପରେ ବିଭିନ୍ନ ଅବହେଳିତ ହୋଇ ରହିଥିବା ଗରିବ ନିଷ୍ପେସିତମାନଙ୍କୁ ସେମାନଙ୍କ ଅଧିକାର ଦେବାପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO