
ବ୍ରହ୍ମପୁର: ରେଡ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ୧୧ଟି ଜିଲ୍ଲାକୁ ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ୨ଦିନ ସଡ୍ ଡାଉନ୍ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏହି ମର୍ମରେ ମାସର ଦ୍ୱିତୀୟ ଶନିବାରକୁ ଗଞ୍ଜାମ ଜିଲ୍ଲାବାସୀ ସଫଳ କରିଛନ୍ତି । ସପ୍ତାହାନ୍ତ ସଡ୍ ଡାଉନ୍କୁ ସମର୍ଥନ ଜଣାଇ ସମସ୍ତେ ଘର ଭିତରେ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଔଷଧ ଦୋକାନକୁ ଛାଡିଲେ ସବୁ ଦୋକାନ ବଜାର ବନ୍ଦ ରହିଥିଲା । ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳକୁ ଅନୁମତି ମିଳିଥିଲେ ମଧ୍ୟ ଯାତ୍ରୀ ଆସିନଥିବାରୁ ବସ୍ଷ୍ଟାଣ୍ଡ ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଥିଲା । କିଛି ବୃଦ୍ଧ ଲୋକ ଚାଲି ଚାଲି ଯାଉଥିବା ଦେଖି ରାସ୍ତାକଡରେ ଯାଞ୍ଚ କରୁଥିବା ବ୍ରହ୍ମପୁର ତହସିଲଦାର ସିପକ ପାତ୍ର ସେମାନଙ୍କୁ ସରକାରୀ ଗାଡିରେ ନିଜ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ । ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସି ସହ ବ୍ରହ୍ମପୁର ମହାନଗର ନିଗମରେ ସଡ୍ ଡାଉନ୍ ନିୟମକୁ ମାନି ଜିଲ୍ଲାବାସୀ ପାଳନ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସାଧୁବାଦ ଦେଇଛନ୍ତି । ଏହି ମାସଟି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ତେଣୁ ଏହି ମାସରେ ଆମେ ସାବଧାନତା ସହ ସତର୍କତା ରହିଲେ କରୋନା ଲଢ଼େଇରେ ସଫଳ ପାଇବା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାର ୨ପୋଲିସ ଜିଲ୍ଲା ପକ୍ଷରୁ ସହରରେ ପୋଲିସ ମୁତୟନ କରାଯାଇ ପ୍ରବେଶ ପଥଗୁଡିକରେ କଡାକଡି ଯାଞ୍ଚ କରାଯାଇଥିଲା । କିଛି ଅମାନିଆଙ୍କ ଗାଡିକୁ ଜବତ କରିବା ସହ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO