
-
ମାନସିଂବଜାର ଗ୍ରାମର ୨୫୦ ମହିଳା ହେଲେ ଉପକୃତ
ଗତକାଲି ବାଲେଶ୍ଵରସ୍ଥ ମାନସିଂବଜାର ଗ୍ରାମର ୨୫୦ରୁ ଅଧିକ ସଂଖ୍ୟକ ମାଆ ଓ ଭଉଣୀମାନଙ୍କୁ ଶ୍ରୀମତୀ ଜେନା ନିଜେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରି “ଦେବାରେ ଯେଉଁ ଆନନ୍ଦ ଥାଏ ତାହା ଅନ୍ୟ କୌଣସି କାର୍ଯ୍ୟରୁ ମିଳେନାହିଁ” ବୋଲି କହିଛନ୍ତି।
ଶ୍ରୀମତୀ ଜେନା ଲକ୍ ଡାଉନ୍ ସମୟରେ ବହୁ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢାଇଥିଲେ ହେଁ ସବୁବେଳେ ପ୍ରଚାର ଓ ପ୍ରସାର ଠାରୁ ନିଜକୁ ଦୂରେଇ ରଖିଛନ୍ତି। ‘ରେବତୀ’ର ସଂପାଦିକା ଭାବରେ ସୁବାସିନୀ ଜେନାଙ୍କ ଏହା ହେଉଛି ଏକ ସାମାଜିକ ଦାୟିତ୍ୱ। ମାନବ ସେବା ହିଁ ମାଧବ ସେବା ବୋଲି ବିଶ୍ୱାସ ରଖୁଥିବା ଶ୍ରୀମତୀ ଜେନାଙ୍କ ଏତାଦୃଶ ଜନସେବା ପାଇଁ ସମସ୍ତେ ସାଧୁବାଦ ଜଣାଇଛନ୍ତି।