-
ମାନସିଂବଜାର ଗ୍ରାମର ୨୫୦ ମହିଳା ହେଲେ ଉପକୃତ

ବାଲେଶ୍ଵର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) କରୋନା ପାଇଁ ଏକ ସଂକଟମୟ ସମୟ ଦେଇ ପ୍ରତିଟି ମଣିଷ ଗତି କରୁଥିବା ବେଳେ ଜନକଲ୍ୟାଣ କାର୍ଯ୍ୟ ରେ ଆନନ୍ଦ ଲାଭ କରୁଥିବା ଜଣେ ସାହିତ୍ୟସଂସ୍କୃତି ସମ୍ପନ୍ନ ଭାଷାନୁରାଗୀ ମହିଳା ହେଲେ ସୁବାସିନୀ ଜେନା। ସମାଜସେବୀ ଭାବରେ ବାଲେଶ୍ଵରର ଘରେ ଘରେ ପରିଚିତ ଶ୍ରୀମତୀ ଜେନା ଗତ ଦୁଇବର୍ଷ ପୂର୍ବେ ବ୍ୟାସକବି ଫକୀରମୋହନଙ୍କ ମାଟିରୁ ‘ରେବତୀ’ ନାମରେ ଏକ ମାସିକ ପାରିବାରିକ ଫିଚର୍ ପତ୍ରିକା ପ୍ରକାଶନ କରିବା ସହ ସଂପାଦନା କରି ଆସୁଛନ୍ତି।
ଗତକାଲି ବାଲେଶ୍ଵରସ୍ଥ ମାନସିଂବଜାର ଗ୍ରାମର ୨୫୦ରୁ ଅଧିକ ସଂଖ୍ୟକ ମାଆ ଓ ଭଉଣୀମାନଙ୍କୁ ଶ୍ରୀମତୀ ଜେନା ନିଜେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରି “ଦେବାରେ ଯେଉଁ ଆନନ୍ଦ ଥାଏ ତାହା ଅନ୍ୟ କୌଣସି କାର୍ଯ୍ୟରୁ ମିଳେନାହିଁ” ବୋଲି କହିଛନ୍ତି।
ଶ୍ରୀମତୀ ଜେନା ଲକ୍ ଡାଉନ୍ ସମୟରେ ବହୁ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢାଇଥିଲେ ହେଁ ସବୁବେଳେ ପ୍ରଚାର ଓ ପ୍ରସାର ଠାରୁ ନିଜକୁ ଦୂରେଇ ରଖିଛନ୍ତି। ‘ରେବତୀ’ର ସଂପାଦିକା ଭାବରେ ସୁବାସିନୀ ଜେନାଙ୍କ ଏହା ହେଉଛି ଏକ ସାମାଜିକ ଦାୟିତ୍ୱ। ମାନବ ସେବା ହିଁ ମାଧବ ସେବା ବୋଲି ବିଶ୍ୱାସ ରଖୁଥିବା ଶ୍ରୀମତୀ ଜେନାଙ୍କ ଏତାଦୃଶ ଜନସେବା ପାଇଁ ସମସ୍ତେ ସାଧୁବାଦ ଜଣାଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO