
ବ୍ରହ୍ମପୁର/ ଆସିକା: କରୋନା ମହାମାରୀର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ତଥା ମିଶନ ଶକ୍ତିର ମିଳିତ ଉଦ୍ୟମରେ ଆସିକ ବ୍ଲକର ୨୭ଟି ଗ୍ରାମ ପଞ୍ଚାୟତର ସ୍ୱୟଂସିଦ୍ଧା ସଭ୍ୟା, ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟା, ସହାୟିକା ଆଶା, ପୁରୁଷ ଓ ମହିଳା ସ୍ବେଚ୍ଛାସେବୀ ପାଇଁ ବ୍ଲକ ସ୍ତରରେ ତାଲିମ ପାଇଥିବା ତାଲିମ ଶିକ୍ଷାର୍ଥୀଙ୍କୁ ନେଇ ୫ଟି ବ୍ଲକରେ ୨୪୦ଜଣ ବିଭିନ୍ନ ବର୍ଗର କର୍ମକର୍ତ୍ତାଙ୍କୁ ତାଲିମ ଦିଆଯାଇଥିଲା। କରୋନା ଭୁତାଣୁ କଣ ଏହା କିପରି ସଂକ୍ରମଣ ହୋଇଥାଏ, ଲକ୍ଷଣ, ପ୍ରତିକାର, ଆନୁଷ୍ଠାନିକ, ସଙ୍ଗରୋଧର ଆବଶ୍ୟକତା, ଗୃହ ସଙ୍ଗରୋଧର ଆବଶ୍ୟକତା, ଗୋଷ୍ଠୀ ସଂକ୍ରମଣ ଆଦି ପ୍ରସଙ୍ଗକୁ ନେଇ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ଗ୍ରାମ୍ୟ ସ୍ତରୀୟ କୋଭିଡ଼ ସାଥି ମାନଙ୍କୁ ତାଲିମ ଦିଆଯାଇଥିଲା। ଗ୍ରାମ୍ୟ ସ୍ତରରେ କୋଭିଡ଼ ସାଥୀଙ୍କର ଦାୟିତ୍ୱ କଣ ସେହି ବିଷୟରେ ପ୍ରାଞ୍ଜଳ ଭାବରେ ତାଲିମ ଦିଆଯାଇଥିଲା। ଉକ୍ତ ତାଳୀମରେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ଦ୍ଵାରା ଦୀପ ପ୍ରଜ୍ଵଳନ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସ୍ତରରେ ତାଲିମଦାତା ମାନେ ୫ଟି ପଂଚାୟତକୁ ପରିଦର୍ଶନ କରି ବ୍ଲକ ସ୍ତରରେ ତାଲିମକୁ ସମୀକ୍ଷା କରିଥିଲେ। ଉକ୍ତ ତାଲିମରେ ସିଡିପିଓ, ବିଇଓ, ଏମ୍ଏସସି ସମ୍ପୃକ୍ତ ମହିଳା ପରିଦର୍ଶିକା, ଶିକ୍ଷକ, ବିପିସି ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଦକ୍ଷେପ ନେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO