
ବେଲଗୁଣ୍ଠା-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ କିଛି ଦିନ ହେବ ଦୁର୍ନୀତି, ଅନିୟମିତତା,ଉନ୍ନୟନ ପାଇଁ ଆସୁଥିବା ଅର୍ଥ ନିର୍ବାହୀ ଅଧିକାରୀ ବିଭିନ୍ନ ଉପାୟରେ ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା ।ଏ ନେଇ ପୋଲିସ ପାଖରେ ଦୁଇଟି ମାମଲା ରୁଜୁ ହୋଇଥିଲା ।ଏହକୁ ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱରୁ ଅପସାରଣ କରିବା ସହ ଭିଜିଲାନ୍ସ ହାତରେ ତଦନ୍ତ ଭାର ଦେଇଛନ୍ତି ।ଭିଜିଲାନ୍ସ ଟିମ୍ ବେଲଗୁଣ୍ଠା ଏନ୍ଏସି ରେ ଚଢ଼ାଉ ବେଳେ କିଛି ମହିଳା ସଫେଇ କର୍ମଚାରୀ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କହିବା ସହ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ମଧ୍ୟ କରାଇଥିଲେ ।ବର୍ତ୍ତମାନ ଏନ୍ଏସି ର ଅନ୍ତରୀଣ ନିର୍ବାହୀ ଅଧିକାରୀ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ।ସେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଏନ୍ଏସି ରେ ଲାଗିରହିଥିବା ବିଭିନ୍ନ ପ୍ରକାର ସମାସ୍ୟା ସମ୍ପର୍କରେ କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ମହିଳା ସଫେଇ କର୍ମଚାରୀ ମାନଙ୍କ ସମସ୍ୟା ନିଜେ ପଚାରିବୁଝିଥିଲେ ଏବଂ ସମାଧାନ ଦିଗରେ ନିଶ୍ଚିତ ଭାବେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏ ନେଇ ସଫେଇ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିଥିଲେ ।ଶ୍ରୀ ବେହେରା ଜଣେ ମିଷ୍ଟଭାଷୀ,ଦାୟୀତ୍ୱସମ୍ପନ୍ନ ବ୍ୟକ୍ତିତ୍ୱ ବୋଲି ବେଲଗୁଣ୍ଠା ଏନ୍.ଏ ସିର କିଛି କର୍ମଚାରୀ ପ୍ରକାଶ କରିଛନ୍ତି ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO