ବ୍ରହ୍ମପୁର: ରବିବାର ବିଳମ୍ବିତ ରାତିରେ ସୁରଥରୁ ପହଞ୍ôଚଥିବା ପ୍ରବାସୀ ଓଡ଼ିଆ ହଳଦିଆପଦର ବସ୍ଷ୍ଟାଣ୍ଡରେ ରହିଥିବା ବେଳେ ନିଜ ଘରକୁ ଯିବାପାଇଁ କାକୁତି ମିନତୀ ହୋଇ ପ୍ରଶାସନ ଠୁ ଆରମ୍ଭକରି ରାଜନେତାଙ୍କୁ ଅବଗତ କରିଥିଲେ । ସୁରଥରୁ ନିଜର ପିଲାଛୁଆ ଧରି ବ୍ରହ୍ମପୁର ପହଞ୍ôଚଥିଲେ । ବ୍ରହ୍ମପୁର ଠାରୁ ସେମାନଙ୍କୁ ବସ୍ ଯୋଗେ ହଳଦିଆପଦର ବସ୍ଷ୍ଟାଣ୍ଡକୁ ଆଣିବା ପରେ ସେମାନେ ୧୨ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ କରିଛନ୍ତି । ଏମାନେ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ପ୍ରବାସୀ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଫୋନ୍ ଯୋଗେ କଥାହୋଇ ସେମାନଙ୍କୁ କେନ୍ଦ୍ରାପଡା ପଠାଇବ ବ୍ୟବସ୍ଥା କରିବାକୁ କହିଥିଲେ । ଏହାପରେ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶପ୍ରକାରେ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଭାଶିଷ ସାହୁ ଘଟଣାସ୍ଥଳରେ ପହଞ୍ôଚ ପ୍ରବାସୀଙ୍କ ନିମନ୍ତେ ବିସ୍କୁଟ, ଜୁସ୍, ପାଣିର ବ୍ୟବସ୍ଥା କରିବା ସହ ପ୍ରଶାସନଙ୍କୁ ଅବଗତ କରିଥିଲେ । ପ୍ରଶାସନ ତୁରନ୍ତ ବସ୍ର ବ୍ୟବସ୍ଥାକରି କେନ୍ଦ୍ରାପଡା ପଠାଇଥିଲେ ।