
ବ୍ରହ୍ମପୁର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ମୋ ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ସମସ୍ତ ଓଡ଼ିଶା ମାଟିରେ ଭାରତର ଯେକୌଣସି ପ୍ରବାସୀ ନ ଚାଲିକରି ଯିବେ ନା ଭୋକିଲା ରହିବେ ଏହି କାର୍ଯ୍ୟକ୍ରମକୁ ସାରା ଓଡ଼ିଶାରେ ଲାଗୁ କରାଯାଇି । ସେହିପରି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରବାସୀ ଓଡ଼ିଆମାନଙ୍କ ନିମନ୍ତେ ଖାଦ୍ୟର ଆୟୋଜନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା । ସ୍ଥାନୀୟ ହଳଦୀଆପଦର ବସ୍ଷ୍ଟାଣ୍ଡ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ସୋମବାର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଯେଉଁମାନେ ବସ୍ ଓ ଟ୍ରକ୍ରେ ଯାଉଛନ୍ତି ସେମାନଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଏନ୍.ଆପ୍ପା ରାଓ, ଦୁର୍ଗା ପଣ୍ଡା, ଅଜିତ ପଣ୍ଡା, ଗିରିଜା ଶଙ୍କର ଶତପଥୀ, ତାପସ ସାହୁ, ଯୁବ ବିଜେଡି ସଭାପତି ଏନ୍.ଧନଞ୍ଜୟ ରାଓ, ନେତାଜୀ କୁମାର ପାତ୍ର, ତେଜେଶ୍ୱର ସ୍ୱାମୀ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO