
ବ୍ରହ୍ମପୁର: ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବ୍ରହ୍ମପୁର ଖଜୁରିଆ ବାଇପାସ୍ ଠାରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ଓ ସେବାଦଳ ପକ୍ଷରୁ ପ୍ରବାସୀ ଓଡ଼ିଆମାନଙ୍କୁ ଶୁଖିଲା ଖାଦ୍ୟ, ପାଣି ପୁଡିଆ ବଣ୍ଟନ କରାଯାଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ପ୍ରଭାରୀ ସମ୍ଭୁ ପାଣିଗ୍ରାହୀ, ଛାତ୍ର କଂଗ୍ରେସ ନେତା ବିଜୟରାଜ ପାଣିଗ୍ରାହୀ, ଆଇନ୍ଜୀବୀ ଅସିତ କୁମାର ଶତପଥୀ, ସୁନାରାମ ସାବତ, କୁନା ବିଷୋୟୀ, ଦୀପକ ରାଉଳ, ନାରାୟଣ ସାହୁ, ତପନ ଦଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।