
ବ୍ରହ୍ମପୁର: ସଟ୍ ସର୍କିଟ୍ରୁ ଘରେ ଅଗ୍ନିକାଣ୍ଡ ଘଟି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ଅଲେଖ ଚୌଧୁରୀଙ୍କ ପରିବାରବର୍ଗକୁ ଜିଲ୍ଲା କଂଗ୍ରେସ ତରଫରୁ ସମବେଦନା ଦିଆଯାଇଛି । ଅଲେଖ ବାବୁ ଜଣେ ମେଳାପୀ ଓ ଗରିବଙ୍କ ବନ୍ଧୁ ଥିଲେ । କଂଗ୍ରେସ ଦଳକୁ ଗଞ୍ଜାମ ଜିଲ୍ଲାରେ ମଜବୁତ କରିବାର ଥିଲେ ସେ ବିନ୍ଧାଣୀ । ପରବର୍ତ୍ତୀ ସମୟରେ ସେ ଦଳୀୟ କାର୍ଯ୍ୟକଳାପରେ ବିତୁଷ୍ଣା ହୋଇ ଦଳ ଛାଡିଥିଲେ ମଧ୍ୟ ଦଳର ସମସ୍ତଙ୍କ ସହ ସେ ସୁସମ୍ପର୍କ ରଖି ସୁଖଦୁଃଖରେ ସାମିଲ୍ ହୋଇଥିଲେ । ତେଣୁ ତାଙ୍କର ଏହି ଅକାଳ ବିୟୋଗ ଜିଲ୍ଳା କଂଗ୍ରେସକୁ ଗଭୀର ଆଘାତ ଦେଇଛି । ରବିବାର ଦିନ ଜିଲ୍ଲା କଂଗ୍ରେସ ସଭାପତି ଡା. ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡାଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ସ୍ୱର୍ଗତ ଅଲେଖ ଚୌଧୁରୀଙ୍କ ଗୋଷାଣୀନୂଆଗାଁସ୍ଥିତ ପାଣିଗ୍ରାହୀ ସାହିରେ ଥିବା ତାଙ୍କ ବାସଭବନକୁ ଯାଇ ତାଙ୍କ ବଡପୁଅ ଧିରଜ ଚୌଧୁରୀ, ସାନପୁଅ ଚେତନ ଚୌଧୁରୀଙ୍କୁ ଭେଟି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO