
: ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ବ୍ରହ୍ମପୁରସ୍ଥିତ ନିଜ କାର୍ଯ୍ୟାଳୟରେ ଏକ ବାର୍ଷିକ କାର୍ଯ୍ୟପନ୍ଥା ପୁସ୍ତିକା ଉନ୍ମୋଚନ କରିଛନ୍ତି । ଏହି ପୁସ୍ତିକାରେ କୁକୁଡାଖଣ୍ଡି ତହସିଲର ଚଳିତ ଆର୍ଥିକ ବର୍ଷ କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଛି । କାର୍ଯ୍ୟପନ୍ଥା ପୁସ୍ତିକାରେ ରାଜସ୍ୱ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ କିପରି ବର୍ଷସାରା ସୁଚାରୁ ରୂପେ ନିଜ କାର୍ଯ୍ୟ ପରିଚାଳନା କରିବେ, କାର୍ଯ୍ୟାଳୟ ଚଳାଇବେ ତଥା ତହସିଲ କାର୍ଯ୍ୟାଳୟ କିପରି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିର୍ଦ୍ଦିଷ୍ଟ ରାଜସ୍ୱର ହାସଲ କରିପାରିବ ସେ ନେଇ ବିଭିନ୍ନ ବିଷୟ ଉଲ୍ଲେଖ କରାଯାଇଛି । ଏହାପରେ କୁକୁଡାଖଣ୍ଡି ତହସିଲଦାର ଡ.ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ଆମ୍ବିତ ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ମିଶି ନିଜ କାର୍ଯ୍ୟାଳୟରେ ଉକ୍ତ ପୁସ୍ତକକୁ ଉନ୍ମୋଚନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO