
ସାନଖେମୁଣ୍ଡି: ରାଜ୍ୟ କୃଷି ବିଭାଗର ନିର୍ଦ୍ଦେଶ ମତେ ସାନଖେମୁଣ୍ଡି ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ସୌଜନ୍ୟରୁ ଇତି ମଧ୍ୟରେ ପଞ୍ଚାୟତ ସ୍ତରୀୟ କୀଟନାଶକର ସଠିକ ଓ ନିରାପଦ ବ୍ୟବହାର ଜନିତ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି। ଏହି କୃଷକ ତାଲିମ ଶିବିରର ଆୟୋଜନ କରି କୃଷିବିଭାଗ ବିଶେଷଜ୍ଞଙ୍କ ଦ୍ଵାରା ଅଂଚଳ କୃଷକ ସମାଜକୁ ରାସାୟନିକ ସାର ଓ ରୋଗପୋକ ନିୟନ୍ତ୍ରଣ ନିମିତ୍ତ ବ୍ୟବହାର ଆସୁଥିବା କୀଟନାଶକର ପ୍ରୟୋଗ ସମ୍ପର୍କିତ ସଚେତନତା ସୃଷ୍ଟି କରାଯାଉଛି। କୃଷି ବିଭାଗ କର୍ମଚାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ନନ୍ଦ ରେଡିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃଷକଙ୍କୁ ସଠିକ କୀଟନାଶକର ପ୍ରୟୋଗ ବିଧି ସହିତ ବ୍ୟବହାର ଜନିତ ନିରାପତ୍ତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ରୋଗର ସଠିକ ନିରୂପଣ ସହିତ ଅନୁପାନକୁ ନଜର ରଖି ବ୍ୟବହାର ବିଧି ପରିବର୍ତ୍ତନ ପାଇଁ ଧାରଣା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୌତମି ପଞ୍ଚାୟତର ବିପୁଳ ପରିମାଣରେ ଚାଷୀ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।