ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଆଜି ବାଲେଶ୍ଵର ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର ଜେନାଙ୍କ ଆହ୍ଵାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟାଜିତ ହୋଇଛି।
ଛାତ୍ର ନେତା ତଥା ଫକୀର ମୋହନ କଲେଜର ପ୍ରାକ୍ତନ ସଭାପତି ଶୁଭମ୍ ସାଇ ମହାପାତ୍ରଙ୍କ ନେତୃତ୍ଵରେ ସ୍ଥାନୀୟ ମୁଖ୍ୟ ଚିକତ୍ସାଲୟର ରକ୍ତ ଭଣ୍ଡାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତା ଆଶିଷ ଘୋଷ , ଶୁଭେନ୍ଦୁ ମଙ୍ଗରାଜ ଏବଂ ସଲିମ୍ ରାଜା ପ୍ରମୁଖ ଯୋଗ ଦେଇ ରକ୍ତଦାତା ତଥା ଆୟୋଜକଙ୍କୁ ଉତ୍ସାହିତ କରିଥିଲେ।
ଏହି ଶିବିରରୁ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଭବିଷ୍ୟତରେ ମଧ୍ୟ ଏହିପରି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଛାତ୍ରନେତା ଶୁଭମ୍ ସାଇ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଛାତ୍ର ନେତା ଅଭିଜିତ ବିଶ୍ଵାଳ , ହ୍ରିତିକ ନାୟକ , ବିଶ୍ଵଜିତ ଦାସ, ଦୀପକ୍ ସାମଲ , ରୀମା ଜୋସେଫ, ଅଭିଜିତ ଦାସ , ପ୍ରତ୍ୟୁଷ ଘଡିଆ , ଶାଶ୍ଵତ ବେହେରା, ଶୁଭକାନ୍ତ ଦାସ, ସୁରଜ୍ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ।