

ଭୁବନେଶ୍ୱର – ପୋସ୍କୋ ଉଭୟଙ୍କ ପାଇଁ ଏକ ତିକ୍ତ ଅନୁଭୂତି ଥିଲା । ଏହି ଚାପ୍ଟର ବର୍ତମାନ ବନ୍ଦ ହୋଇଯାଇଛି । ଏବେ ନୂଆ ସମ୍ଭାବନାକୁ ନେଇ ଆଗେଇବାକୁ ହେବ ବୋଲି ଓଡିଶା ଗସ୍ତରେ ଆସିଥିବା ଭାରତରେ ଥିବା ସାଉଥ୍ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲ୍ ବୋଲି ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ପୁଂଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା ସାଉଥ୍ କୋରିଆର ଶିଳ୍ପ ପ୍ରତିନିଧି ମାନଙ୍କୁ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।
ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ୪୬ ଜଣ ଶିଳ୍ପ ପ୍ରତିନିଧି ସୋମବାର ଦିନ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଓଡିଶାରେ ଶିଳ୍ପ ପ୍ରତିÂା ଓ ପୁଂଜିନିବେଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ରାଷ୍ଟ୍ରଦୂତ ମି. କିଲ୍ କହିଥିଲେ ଯେ ବିଭିନ୍ନ କାରଣରୁ ପୋସ୍କୋ ତାର କାରଖାନା କରିପାରିନଥିଲା । ଏବେ ଦକ୍ଷିଣ କୋରିଆ ଓଡିଶା ସହ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଯାଉଛି ଓ ପୁଂଜି ନିବେଶ କରିବାକୁ ମନସ୍ଥ କରିଛି । ବିଭିନ୍ନ କ୍ଷେତ୍ରରେ ବିଶେଷ କରି ଆନୁଷଙ୍ଗିକ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ , ଆଲୁମିନିୟମ , ଆଇଟି, ଇଲେକ୍ଟେ୍ରାନିକ୍ସ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ପୁଂଜିନିବେଶ କରିବେ ।
ମୁଖ୍ୟମନ୍ତ୍ରୀ କହିଲେ ଯେ କୋରିଆର ଶିଳ୍ପପତି ମାନଙ୍କୁ ଶିଳ୍ପ ଅନୁକୂଳ ପରିବେଶ ,ଦକ୍ଷ ମାନବ ଶକ୍ତି ଓ ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବ । ଆଲୁମିନିୟମ୍ , ମତ୍ସ୍ୟ , ବୟନ , ଇସ୍ପାତ , ସେବା ,ଉଦ୍ୟାନ କୃଷି , ପେଟ୍ରୋଲିୟମ୍ , ପେଟ୍ରୋ କେମିକାଲ୍ସ , କେମିକାଲ୍ସ , ପର୍ଯ୍ୟଟନ ,ଖାଦ୍ୟ ପ୍ରକ୍ରିୟାକରଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ରିପବ୍ଲିକ କୋରିଆ ଓ ଓଡିଶା ମଧ୍ୟରେ ପର୍ଯ୍ୟଟନ ଆଦାନପ୍ରଦାନ ଦ୍ୱାରା ସମ୍ପର୍କ ଦୃଢ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୨୦୩୦ ଭିଜନ୍ କୁ କୋରିଆ ରାଷ୍ଟ୍ରଦୂତ ପ୍ରଶଂସା କରିଛନ୍ତି ।
ବୈଠକରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାକ୍ଚି କହିଛନ୍ତି ଯେ ଓଡିଶାରେ ୨୦୦ ମିଲିୟନ୍ ଆମେରିକୀୟ ଡଲାର ବ୍ୟୟରେ ଏକ ବିଶ୍ୱ ସ୍ତରୀୟ ଦକ୍ଷତା କେନ୍ଦ୍ର ପ୍ରତିÂା କରାଯିବ । ଏଥିରେ ଦେଢ ଲକ୍ଷ ବ୍ୟକ୍ତିଙ୍କୁ ୮ଟି କ୍ଷେତ୍ରରେ ତାଲିମ୍ ଦିଆଯିବ ।