ଭୁବନେଶ୍ୱର ,୨୩ ସେପ୍ଟେମ୍ବର – ବଂଶଧାରା ଜଳ ବିବାଦ ମାମଲାରେ ଯୁଗ୍ମ ସର୍ଭେ ନକରିବା ପାଇଁ ଓଡିଶା କରିଥିବା ଆବେଦନକୁ ଟି୍ରବ୍ୟୁନାଲ ଖାରଜ କରି ଦେଇଛନ୍ତି । ନେରେଡି ଓ କାଟ୍ରାଗୁଡା ପ୍ରକଳ୍ପର ଯୁଗ୍ମ ସର୍ଭେ ଡିସେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ଟି୍ରବ୍ୟୁନାଲ ନିଦେ୍ର୍ଧଶ ଦେଇଛନ୍ତି । ସିଡବ୍ଲୁସି ର ତତ୍ୱାବଧାନରେ ଏହି ସର୍ଭେ କରାଯିବ । ଟ୍ରିବ୍ୟୁନାଲର ପରବର୍ତୀ ଶୁଣାଣୀ ଜାନୁଆରୀ ୧୦ ତାରିଖରେ ହେବ ।
ସୂଚନା ଅନୁଯାୟୀ ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ ଏପ୍ରିଲ ୫ ତାରିଖରେ ନେରେଡି ବ୍ୟାରେଜ ପ୍ରକଳ୍ପ ଅଂଚଳର ୧୦୬ ଏକର ଜମିର ଯୁଗ୍ମ ସର୍ଭେ କରିବା ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ନିଦେ୍ର୍ଧଶ ଦେଇଥିଲେ । ଏହି ନିଦେ୍ର୍ଧଶକୁ ବିରୋଧ କରି ଓଡ଼ିଶା ପକ୍ଷରୁ ମଧ୍ୟବର୍ତୀକାଳିନ ଆବେଦନ କରାଯାଇଥିଲା । ଯାହା ଖାରଜ ହୋଇଯାଇଛି ।
ଟ୍ରିବ୍ୟୁନାଲଙ୍କ ନିଦେ୍ର୍ଧଶ ଅନୁସାରେ, ଏପ୍ରିଲ ୫ ତାରିଖରେ ହୋଇଥିବା ଆବେଦନର ତୁରନ୍ତ କାର୍ଯ୍ୟକାରୀ କରାଯିବ । ନେରେଡି ବ୍ୟାରେଜ ପ୍ରକଳ୍ପ ଅଂଚଳର ୧୦୬ ଏକର ଜମିର ଯୁଗ୍ମ ସର୍ଭେ ପାଇଁ ଏକ ମ୍ୟାପ୍ ପ୍ରସ୍ତୁତ କରାଯିବ । ଯୁଗ୍ମ ସର୍ଭେ ଅର୍ଥାତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ନେଇ ହେବ । ଯୁଗ୍ମ ସର୍ଭେକୁ କେନ୍ଦ୍ରୀୟ ଜଳ ଆୟୋଗର ତତ୍ୱାବଧାନରେ ତ୍ୱରାନ୍ୱିତ କରାଯିବ । ଏହି ସର୍ଭେକୁ ମୌସୁମୀ ଶେଷ ତଥା ଅକ୍ଟୋବର ଶେଷ ସପ୍ତାହରେ କରାଯିବ । ଏହି ସର୍ଭେ ୬ ସପ୍ତାହ ଅର୍ଥାତ୍ ଡିସେମ୍ବର ୩୦ରୁ ସୁଦ୍ଧା ଶେଷ କରିବାକୁ ଟ୍ରିବ୍ୟୁନାଲ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ବର୍ଷ ଜାନୁଆରି ୧୦ରେ ଏହାର ପରବର୍ତୀ ଶୁଣାଣି ହେବ ।