ଭୁବନେଶ୍ୱର – ସିଲ୍ ହେବାର ୩ ଦିନ ପରେ ଖୋଲିଛି ଭୁବନେଶ୍ୱରର ବାପୁଜୀନଗର ମାର୍କେଟ୍ । ବାପୁଜୀନଗରରେ ବ୍ୟବସାୟୀମାନଙ୍କୁ ଦୋକାନ ଖୋଲିବାକୁ ଶୁକ୍ରବାର ସ୍ୱତନ୍ତ୍ର ଏସଓପି ସହ ଭୁବନେଶ୍ୱର ମହାନଗର ନିଗମ ଅନୁମତି ଦେଇଛି ।
ବାପୁଜୀ ନଗରରେ ଦୋକାନ ଖୋଲିବା ପାଇଁ ପୂର୍ବରୁ ଯେଉଁ ସର୍ତ ରହିଥିଲା, ତାହା ସେଭଳି ଭାଳେ ବଳବତର ରହିଛି । ସର୍ତ ଅନୁସାରେ, ବାପୁଜୀନଗର ଭିତରକୁ ଗାଡ଼ି ପଶି ପାରିବ ନାହିଁ । ବ୍ୟବସାୟୀ, ଦୋକାନ କର୍ମଚାରୀ କି ଗ୍ରାହକ କେହି ଗାଡ଼ି ନେଇ ଯାଇ ପାରିବେ ନାହିଁ । ସମସ୍ତେ ଜନପଥରେ ଗାଡ଼ି ପାର୍କିଂ କରି ଚାଲି ଚାଲି ଯିବେ । ସମସ୍ତ ଦୋକାନରେ ସାମାଜିକ ଦୂରତା ଯେଭଳି ବଜାୟ ରହିବ ତାହା ଉପରେ ବିଶେଷ ଧ୍ୟାନ ଦେବେ ।
ସୂଚନାଯୋଗ୍ୟ, ଭୁବନେଶ୍ୱର ବାପୁଜୀନଗରରେ ବ୍ୟବସାୟୀମାନେ ଦୋକାନରେ ସାମାଜିକ ଦୂରତା ରଖୁ ନ ଥିବାରୁ ବିଏମସି ପକ୍ଷରୁ ଗତ ମଙ୍ଗଳବାର ବାପୁଜୀନଗରରେ ସମସ୍ତ ଦୋକାନକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଦିଆଯାଇଥିଲା । ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ବୋଲି ବିଏମସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ କହିଥିଲେ ।