କଟକ :କରୋନା ବା କୋଭିଡ 19 ପାଇଁ ଡାକ୍ତର ସାମି ସଲିମ ଜନସାଧରଣଙ୍କୁ ସଚେତନ ବାର୍ତା ଦେଇ ଛନ୍ତି । ଜନସାଧାରଣ କିଭଳି ଏହି ରୋଗକୁ ନିଜକୁ ଦୂରେଇ ନିଜ ଜୀବନ ରକ୍ଷା କରିପାରିବେ ସେ ସମ୍ପର୍କରେ ବୁଲି ବୁଲି ସଚେତନ କରାଉଛନ୍ତି । ସାମାଜିକ ଦୂରତା ରକ୍ଷା କରିବା,ଅତି ଦରକାର ନ ହେଲେ ଘରୁ ନ ବାହାରିବା,ହାଥକୁ ବାରମ୍ବାର ସାବୁନରେ ଧୋଇବା ଏବଂ ନିଜ ଘର ପାଖର ପରିମଳ ସଫା ରଖିବା ଏହାହିଁ କରିଲେ କରୋନା କୁ
ପରାସ୍ତ କରିପାରିବା । ଡାକ୍ତର ସାମି ସମାଜ ସେବା କରନ୍ତି ଯେବେ ଠୁ କରୋନା ହେଲାଣି ପ୍ରତେକ ସାହିରେ ମାସ୍କ ବାଣ୍ଟିବା ସାନିଟାଇଜର ଦେବା ସହିତ ଯୋଉ ଲୋକମାନେ ଖାଇବାକୁ ପାଉ ନାହାନ୍ତି ତାଙ୍କୁ ଖାଇବା ଦେବା ପ୍ରତେକ ଆଖ
ପାଖ ଗାଁକୁ ଯାଇ ସରପଞ୍ଜଙ୍କ ଦ୍ୱାରା ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବା ମୂଳ ଲକ୍ଷ ।ଏହା ପାଇଁ ବହୁତ ଜାଗାରେ ସେ ପ୍ରଶଂସାର ପାତ୍ର ହୋଇଛନ୍ତି।