ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କରୋନା ର ମୁକାବିଲା ରେ ସ୍ୱାସ୍ଥ୍ୟ ବିଭାଗ, ପ୍ରଶାସନ, ପୋଲିସ,ସାମ୍ବାଦିକ ଓ ଏନ.ଏ.ସି କର୍ମଚାରୀ ମାନେ ଯୋଦ୍ଧା ଭାବେ ଠିଆ ହୋଇଥିବା ବେଳେ ଆଉ କେତେକ ଦୃଷ୍ଟି ଆଢୁଆଳରେ ରହି ଗୁରୁ ଦାୟିତ୍ୱ ବହନ କରି ଆମକୁ ବିପଦ ମୁକ୍ତ ରଖିଛନ୍ତି।ସେମାନେ ହେଲେ ଏନ ଏ ସି ର ସଫେଇ କର୍ମଚାରୀ।ଲକ ଡାଉନ ସମୟରେ ଭଞ୍ଜନଗର ସହରକୁ ନିରନ୍ତର ସଫା ସୁତରା କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରି ଆସୁଛନ୍ତି।ସେଥିପାଇଁ ଭଞ୍ଜନଗର ବାଉଁଶ ଲୁଣ୍ଡି ବିଜୁ ସ୍ମୃତି ସଂସଦ ତରଫରୁ ୬୧ଜଣ ସଫେଇ କର୍ମଚାରୀ ଙ୍କୁ ସମ୍ମାନିତ କରିବା ପାଇଁ ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଥିଲେ।ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏନ ଏ ସି ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳ, ବିଜୁ ସ୍ମୃତି ସଂସଦ ର ସମ୍ପାଦକ ରାଜେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କେଶରୀ ଆରୁଖ,ଲିଙ୍ଗରାଜ ପ୍ରଧାନ ଉପସ୍ଥିତ ଥିଲେ।ସମାଜସେବୀ ଶୂଳପାଣି ଶତପଥି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।