କେନ୍ଦ୍ରାପଡ଼ା – ପ୍ଲାଷ୍ଟିକ୍ ଓ ପଲିଥିନ୍ ବର୍ଜନ କରିବା ପାଇଁ ଏକ ଜନସଚେତନତା ସୃଷ୍ଟି କରି ପରିବେଶ ସୁରକ୍ଷା ଦିଗରେ ଜନସ।।ଧାରଣଙ୍କ ଗୁରୁତ୍ୱ ଭୂମିକା ଅବଗତ କରାଇବା ଲକ୍ଷ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସାଇକେଲ୍ କ୍ଲବ ପକ୍ଷରୁ ରବିବାର ଏକ ସାଇକେଲ୍ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । କେନ୍ଦ୍ରାପଡା ସହର ସମେତ ଆଖ ପାଖ ଅଂଚଳରେ ପରିବେଶ ପ୍ରତି ଜନସଚେତନତା ସୃଷ୍ଟି କରିବା ଓ ଯୁବ ସମାଜକୁ ସାଇକେଲ୍ ଚାଳନାର ଆବଶ୍ୟକତା ସଂପର୍କର୍ରେ ଏହି ଅଭିଯାନ ପ୍ରେରଣା ଦେବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ବକ୍ତବ୍ୟ ରଖିଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା, ପୈାରସଂସ୍ଥା କର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେବା ସହ ସାଇକେଲ୍ ରାଲିରେ ସହର ପରିକ୍ରମା କରିଥିଲେ । ରବିବାର ସକାଳୁ ଏହିି ରାଲି ପୁରୁଣା ବସଷ୍ଟାଣ୍ଡରୁ ବାହାରି ନୂଆ ବସଷ୍ଟାଣ୍ଡ, ତିନିମୁହାଣୀ, ଗୁଲନଗର, ଗରାପୁର ପ୍ରଭୃତି ଅଂଚଳ ପରିକ୍ରମା କରିଥିଲା । ପ୍ରତିମାସ ଦ୍ୱିତୀୟ ରବିବାର ଦିନ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାମ୍ବାଦିକ ମାତୃଦତ ମହାନ୍ତି, ବୀରେନ୍ କୁମାର ଦାସ, ଏମ୍ଡି ମହମ୍ମଦ ଜାହିର ଖଁ।।, ମନୋଜ ସ୍ୱାଇଁ, ସେକ୍ ସଇଫୁଲ୍ଲା, ଅକ୍ଷୟ କୁମାର ମେକାପ ,ପ୍ରଶାନ୍ତ ନାୟକ, ଜଗନ୍ନାଥ ଧଳ ପ୍ରମୁଖ ବହୁ ସାମ୍ବ।।ଦିକ, ବୃଦ୍ଧିଜିବୀ ଓ ପୋଲିସ କର୍ମଚାରୀ ଏହି ରାଲିରେ ଅଂଶଗ୍ରହଣ କରିଥିଲେ । ମାତୃଦତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିôଲେ ।
Related Stories
December 2, 2024