ବ୍ରହ୍ମପୁର: ସମ୍ପ୍ରତି ଦେଶରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଅଟୋ ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିଜ ପରିବାର ପ୍ରତିପୋଷଣ କରିବାରେ ସେମାନଙ୍କୁ ଏବେ ଘୋର ଅସୁବିଧା ଉପୁଜୁଛି । ଏହି ମର୍ମରେ ଅଟୋ ଚାଳକ ସଂଘ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ସମ୍ଭୁନାଥ ପାଣିଗ୍ରାହୀଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରାଯାଇଥିଲା । ଶ୍ରୀ ପାଣିଗ୍ରାହୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନାକରି ଲାଞ୍ଜିପଲ୍ଲୀ, ଆଙ୍କୁଲି, ଇଣ୍ଡଷ୍ଟ୍ରିଲ ଆଦି ଅଞ୍ଚଳର ୬୦ଜଣ ଅଟୋ ଚାଳକଙ୍କୁ ନେଇ ଗଠିତ ସଙ୍କେଳେଶ୍ୱର ଅଟୋ ମାଲିକ ସଂଘର କର୍ମକର୍ତ୍ତାଙ୍କୁ ୧ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, କଂଗ୍ରେସ ଗରିବ ଖଟିଖିଆଙ୍କ ଦଳ । ଏମାନଙ୍କ ଅନୁରୋଧକ୍ରମେ ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଏହି ଆର୍ଥିକ ସହାୟତା ସେମାନଙ୍କୁ ପ୍ରଦାନ କରାଯାଇଛି । ତେବେ କଂଗ୍ରେସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିôବା ବେଳେ ଅଟୋ ଚାଳକ ସଂଘର ସଭାପତି ସରୋଜ କୁମାର ନାହକ, ପ୍ରମୋଦ ପାତ୍ର, ଅମିତ ପାତ୍ର, ଆର୍.ରବି ରାଓ, ସୁବାଶିଷ ବେହେରା, ସଞ୍ଜୟ ନାୟକଙ୍କ ସମେତ ବହୁ ଅଟୋଚାଳକ ଉପସ୍ଥିତିରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।