
ଜଗନ୍ନାଥପ୍ରସାଦ -ଛତିଶଗଡ ରୁ ପ୍ରାୟ 62ଜଣ ଲୋକ ପେଟ ପୋଷିବା ପାଇଁ ନିଜ ନିଜର ପରିବାର ସହିତ ଛୋଟ ଛୋଟ ବ୍ୟବସାୟ କରି କିଛି ପଇସା ପାଇବା ଆଶାରେ ଓଡିଶା ଆସିଥିଲେ l କିନ୍ତୁ କରୋନା ଯୋଗୁଁ ଲକଡାଉନ୍ ରେ ସେହି ଗରିବ ଅସହାୟ ଲୋକେ ଫସିଯାଇଛନ୍ତି l ସେମାନେ ବର୍ତ୍ତମାନଜଗନ୍ନାଥ ପ୍ରସାଦ ବ୍ଲକର ରାଉତି ଗ୍ରାମପଞ୍ଚାୟତ ର ବେଢାଘାଇ ପ୍ରାଥମିକ ସ୍କୁଲରେ ବହୁତ ଅସୁବିଧାରେ ଜୀବନ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି ଏବଂ ଏହାକୁ ଦେଖି ବହୁ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତି ସେମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି l ଏପରି ଦୁଃଖଦ ସମୟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ମାନବିକତା ର ପରିଚୟ ଦେଇ ସେହି ବ୍ଲକର ବିଭିନ୍ନ ଗ୍ରାମକୁ ନିଜର କିଛି ଥାନା କର୍ମଚାରୀ ମାନଙ୍କ ସହିତ ଯାଇ ସମଦୂରତ୍ବ ରଖି ଅସହାୟ, ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଦାନ କରିବା ସହିତ ସେମାନଙ୍କୁ କରୋନା ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ମଧ୍ୟ କରାଇଛନ୍ତି l ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଙ୍କ ଏହି ଭଳି କାର୍ଯ୍ୟ କୁ ସ୍ଥାନୀୟ ଲୋକେ ବହୁତ ପ୍ରଶଂସା କରିଛନ୍ତି l
ଚିତ୍ତରଞ୍ଜନଙ୍କର -ରିପୋଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO