-
ଆବଶ୍ୟକସ୍ଥଳେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୧୪୪ଧାରା ଜାରି କରାଯିବ

ବ୍ରହ୍ମପୁର : ଲକ୍ ଡାଉନ୍ ପରେ ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ଯେଉଁ ମାନେ ଫେରିବେ ସେମାନଙ୍କ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଓ କରୋନା ଲଢ଼େଇ ପାଇଁ ପ୍ରଦତ୍ତ ନିର୍ଦ୍ଦେଶାବଳୀକୁ ଭିତ୍ତିକରି ଗଞ୍ଜାମ ଜିଲ୍ଲାକୁ କରୋନାମୁକ୍ତ ରଖିବା ପାଇଁ ସର୍ବାଧିକ ପ୍ରୟାଶ କରାଯିବ । ଫେରନ୍ତାକର ଜିଲ୍ଲାସ୍ତରୀୟ ପଞ୍ଜିକରଣ କାର୍ଯ୍ୟ ତୁରନ୍ତ ସାରିବାକୁ କୁହାଯାଇଛି । ଏଥିପାଇଁ ଅନ୍ ଲାଇନ୍ ସହିତ ଆବଶ୍ୟକୀୟ ଫର୍ମ ଯୋଗାଇ ଦେବାପାଇଁ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ କୁହାଯାଇଛି । ରାଜ୍ୟ ସ୍ତରୀୟ ପଞ୍ଜିକରଣ କାର୍ଯ୍ୟ ଏପ୍ରିଲ ୨୪ତାରିଖରୁ ଆରମ୍ଭ ହେବ ବୋଲି ସରକାର କହିଛନ୍ତି । ଜିଲ୍ଲାସ୍ତରୀୟ ପଞ୍ଜିକୃତ ମାନଙ୍କ ତଥ୍ୟ ରାଜ୍ୟ ତାଲିକାରେ ତୁରନ୍ତ ସଂଯୋଗ କରାଯିବ । ଯେଉଁମାନେ ଫେରିବେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହିତ ସମ୍ପୃକ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ନିଆଯିବ । ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଓ ଦିଲ୍ଲୀ ପ୍ରଭୃତି ସ୍ଥାନରୁ ଗଞ୍ଜାମକୁ ଅଧିକ ଲୋକ ଆସିବେ । ଏହା ସବୁ କରୋନାର ହଟ୍ସ୍ପଟ୍ ହୋଇଥିବାରୁ ଫେରନ୍ତାଙ୍କ ପାଇଁ ଦାୟୀତ୍ୱ ବଢ଼ିଯିବ । ବାହାର ଫେରନ୍ତା କୌଣସି ସ୍ଥାନୀୟ ଲୋକ ସହିତ କଥାବାର୍ତ୍ତା ହେବେ ନାହିଁ କିମ୍ବା ମିଶିବେ ନାହିଁ । କ୍ୱାରଣ୍ଟାଇନ୍ କେନ୍ଦ୍ର ପରିସୀମା ମଧ୍ୟରୁ କୌଣସି ବ୍ୟକ୍ତି ବାହାରକୁ ବାହାରିେ ପାରିବେ ନାହିଁ । ଆବଶ୍ୟକସ୍ଥଳେ କ୍ୱରେଣ୍ଟାଇନ୍ କେନ୍ଦ୍ର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯିବ । ଔଷଧ ଦୋକାନୀ ମଧ୍ୟ କୌଣସି ବିନା ମାସ୍କ ବ୍ୟକ୍ତିଙ୍କୁ ଔଷଧ ଦେବେ ନାହିଁ । ପେଟ୍ରୋଲ ପମ୍ପ ଗୁଡିକରେ ମାସ୍କ ପିନ୍ଧି ନଥିଲେ ତେଲ ମିଳିବ ନାହିଁ । ଯେଉଁ ସବୁ ଦୋକାନରେ ଗହଳି ହେଉଛି ସମ୍ପୃକ୍ତ ଦୋକାନୀ ଓ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ । କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀମାନେ ନିଶ୍ଚିତରୂପେ ମାସ୍କ ପିନ୍ଧି କାର୍ଯ୍ୟ କରିବେ । ଜିଲ୍ଲା ବାହାରକୁ ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ଯିବାକୁ ଥିଲେ ଉପଜିଲ୍ଲାପାଳ ଅନୁମତି ପତ୍ର ପ୍ରଦାନ କରିବେ । ରାଜ୍ୟ ବାହାରକୁ ଯିବାର ଥିଲେ ଜିଲ୍ଲାପାଳଙ୍କ ଅନୁମତି ପତ୍ର ଅପରିହାର୍ଯ୍ୟ । ବୈଠକରେ ବ୍ରହ୍ମପୁର ଉପଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO