
ଭୁୁବନେଶ୍ୱର-ଭଦ୍ରକର ଚିହ୍ନଟ ହୋଇଥିବା ପାଂଚ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯାଜପୁର ଷଠିପୁର ଅଂଚଳର ଛଅ ଜଣ ସଂସ୍ପର୍ଶରେ ଆସିଥିବା ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ।
ସେ କହିଛନ୍ତି ଯେ ଗତ ୨୯ ତାରିଖରେ କୋଲକାତାର ବଡ ବଜାର ଅଂଚଳରୁ ଏକ ଗାଡିରେ ସାତ ଜଣ ବ୍ୟକ୍ତି ଓଡିଶା ଆସିଥିଲେ । ସେଥି ମଧ୍ୟରୁ ଭଦ୍ରକର ନେଉଳିଆ ଛକ ଠାରେ ଜଣେ ବ୍ୟକ୍ତି ଓହ୍ଲାଇଥିବା ବେଳେ ଛଅ ଜଣ ବ୍ୟକ୍ତି ଷଠିପୁର ଅଂଚଳରେ ଓହ୍ଲାଇଥିଲେ । ଭଦ୍ରକର ପାଂଚ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେହି ଗାଡିରେ କୋଲକାତାରୁ ଆସିଥିଲେ । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଏହି ସୂଚନା ଦେଇଛନ୍ତି । ଏହି ଲୋକ ମାନଙ୍କ ସମ୍ପର୍କରେ ଅଧିକ ସୂଚନା ନ ଥିବା କାରଣରୁ ଜିଲ୍ଲାପାଳ ଏଥି ପାଇଁ ଲୋକ ମାନଙ୍କର ସହଯୋଗ ଲୋଡିଛନ୍ତି ।