![](https://indokalingtimes.com/wp-content/uploads/2020/04/6ba22e4720644dd82f6fb7c64cb6c5017cdcc69c9224f75d6cf40f429f5342b8_1.jpg)
![](https://indokalingtimes.com/wp-content/uploads/2020/04/6ba22e4720644dd82f6fb7c64cb6c5017cdcc69c9224f75d6cf40f429f5342b8_1-300x225.jpg)
ଧର୍ମଶାଳା– କରୋନା ସଚେତନତାର ବାର୍ତାକୁ ନିଆରା ଢ଼ଙ୍ଗରେ ଲୋକଙ୍କ ନିକଟରେ ପହଂଚାଇବାର ପ୍ରୟାସ କରିଛନ୍ତି ଯାଜପୁର ଜିଲାର ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ । ଦିନ ତମାମ ଥାନାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ସହିତ କିଛି ବିଶେଷ ମୁହୂର୍ତ ବାହାର କରି ବିଭିନ୍ନ ସ୍ଥାନମାନଙ୍କ ପଂହଚି ଲୋକଙ୍କୁ ସଚେତନ କରାଇବା ସହ ଭୋକିଲାଙ୍କ ପେଟକୁ ଶୁଖିଲା ଖାଦ୍ୟ, ମାକ୍ସ ବଂଟନ, ୧୬ ନଂ ଜାତୀୟ ରାଜପଥରେ ପଥଚାରୀ ଓ ଟ୍ରକ୍ ଚାଳକଙ୍କୁ ଅଟକାଇ ମାକ୍ସ ବଂଟନ ଏବଂ ଫୁରସତ ସମୟରେ କବିତା ମାଧ୍ୟମରେ ସେ ଲୋକଙ୍କୁ କରୋନା ବାବଦରେ ସଚେତନ କରାଉଛନ୍ତି । ଯାହାକି ଅନ୍ୟମାନଙ୍କର ଉଦାହରଣ ପାଲିଟିଛନ୍ତି ଥାନା ଅଧିକାରୀ । ରାସ୍ତା କଡରେ ବୁଲୁଥିବା ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଦେଇ ଉପଯୁକ୍ତ ସ୍ଥାନରେ ସେମାନଙ୍କୁ ଛାଡିବା । ଧର୍ମଶାଳା ଥାନା ଅଧିନରେ ଥିବା ଦିନମଜୁରୀଆ ଓ ଆଦିବାସୀମାନଙ୍କ ପରିବାର ନିକଟରେ ପଂହଚି ସେମାନଙ୍କୁ ଖୁଖିଲା ଖାଦ୍ୟ ଓ ମାକ୍ସ ବଂଟନ କରି କରୋନା ସଂକ୍ରମଣ ସମ୍ପର୍କରେ ଅବଗତ କରାଇବା । ୧୬ ନଂ ଜାତୀୟ ରାଜପଥରେ ପଥଚାରୀ ଓ ଟ୍ରକ୍ ଚାଳକମାନଙ୍କୁ ପାନୀୟ ଜଳ ସାଂଗକୁ ମାକ୍ସ ବଂଟନ କରିବା ସହିତ ଅବସରରେ ସମୟରେ କବିତା ମାଧ୍ୟମରେ କରୋନା ସମ୍ପର୍କିତ ସଚେତନା ବାର୍ତା ଲୋକଙ୍କ ପାଖରେ ପଂହଚାଇବା ଆଦି ତାଙ୍କର ଦୈନନ୍ଦିନ ଜୀବନ ଶୈଳିରେ ପରିଣତ ହୋଇଛି । ଭୋରରୁ ୪ ସମୟରେ ଉଠି ତୁରନ୍ତ ଡିୟୁଟି କରିବାକୁ ଭୁଲି ନ ଥାନ୍ତି ସେ । ରାତିରେ ପ୍ରାୟ ୧୨ଟା ସମୟରେ ବିଶ୍ରାମ ନେଇଥାନ୍ତି ଏବଂ କାର୍ଯ୍ୟ ସମୟରେ ନିଜ ପିଲା ଛୁଆଙ୍କ କଥା ଭୁଲି ଯାଆନ୍ତି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ତାଙ୍କର ଏଭଳି ମହାନ କାର୍ଯ୍ୟକୁ ନେଇ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠି ତାଙ୍କର ପ୍ରଶଂସା ।