
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ସାରା ଦେଶରେ ସରକାରଙ୍କ ତରଫରୁ ଲକ ଡାଉନ ଘୋଷଣା କରାଯାଇଛି।ହେଲେ ଭଞ୍ଜନଗର ସହରରେ ବହୁ ଲୋକ ବିନା କାରଣରେ ଏଣେ ତେଣେ ବୁଲୁଥିବାରୁ ପ୍ରଶାସନ ଓ ପୋଲିସ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି।ଆଜି ସକାଳେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ରାସ୍ତାରେ ପ୍ରାତଃ ଭ୍ରମଣ ରେ ଯାଉଥିବା ଲୋକମାନଙ୍କୁ ତାଗିଦ କରିଥିଲେ। ସେହିପରି ଏଠାରେ ସକାଳ ୭ଟାରୁ ଦିନ ୧୨ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ୨ଜଣ ବ୍ୟବସାୟୀ ସକାଳ ୬ଟା ସମୟରେ ଦୋକାନ ଖୋଲି ବ୍ୟବସାୟ କରୁଥିବା ଦେଖି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଉଭୟଙ୍କ ଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।ବିନା କାରଣରେ ବହୁଲୋକ ରାସ୍ତାରେ ବାଇକ ଧରି ବୁଲୁଥିବାରୁ ଉପଜିଲ୍ଲାପାଳ ଓ ତାଙ୍କ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ମାନେ ବାଇପାସ ଛକରେ ୩ଟି ବାଇକ କୁ ଥାନାରେ ଅଟକ ରଖିବା ସହ ସେମାନଙ୍କ ଠାରୁ ମଧ୍ୟ ୪ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଥିଲେ।ଲକ ଡାଉନ ନିୟମ କୁ କଡାକଡି କରାଯାଇଥିବାରୁ ଥାନା ଛକରେ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ଓ ତାଙ୍କ ଅଫିସ କର୍ମଚାରୀ ମାନେ ଏବଂ ଅନ୍ୟାନ୍ୟ ସ୍ଥାନରେ ପୋଲିସ ତରଫରୁ ଚେକିଙ୍ଗ କୁ ଜୋରଦାରକରି ଜରିମାନା ଆଦାୟ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO