
ବ୍ରହ୍ମପୁର : ପେଶାରେ ସାମ୍ବାଦିକ । କିନ୍ତୁ ନିଶା ହେଉଛି ଅସହାୟଙ୍କୁ ସହଯୋଗର ହାତ ବଢ଼ାଇ ସେବା କରିବା । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବ୍ଡିଭିଜନ ଅଞ୍ଚଳର ସୋରଡା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ଯୁବ ସାମ୍ବାଦିକ ଜଗନ୍ନାଥ ଦାସ । ବିଭିନ୍ନ ସମୟରେ ସଡକ ଦୁର୍ଘଟଣା ହେଉ କିମ୍ବା ଦୁରା ରୋଗରେ ପୀଡିତ ହୋଇଥିବା ରୋଗୀମାନଙ୍କ ଖବର ଜଗନ୍ନାଥଙ୍କ ନିକଟକୁ ଆସିବାପରେ ସେ ତତ୍କ୍ଷଣାତ ସେମାନଙ୍କୁ ମେଡିକାଲ୍ ଆଣିବାର ବ୍ୟବସ୍ଥାକରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତିକରି ଡାକ୍ତର ସନ୍ତୋଷ ପଣ୍ଡାଙ୍କୁ ସହଯୋଗକରି ସେମାନଙ୍କର ଚିକିତ୍ସା ଠାରୁ ଆରମ୍ଭକରି ଆବଶ୍ୟକ ପଡିଲେ ନିଜ ହାତରୁ ଔଷଧ କିଣି ସେବା ଯୋଗାଉଛନ୍ତି । ଗତ ରବିବାର ଦିନ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ୭୦ବର୍ଷୀୟ ବୃଦ୍ଧଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ସେ ଚିକିତ୍ସା ପାଇଁ ଆସିଥିଲେ । ତାଙ୍କର ସମ୍ପର୍କୀୟମାନେ ନଥିବାରୁ ଖବରପାଇ ଜଗନ୍ନାଥ ସେଠାରେ ପହଞ୍ôଚ ଡାକ୍ତରଙ୍କ ସହ ମିଶି ତାଙ୍କ ମୁଣ୍ଡରେ ୨୦ଟି ଷ୍ଟିଚ୍ ପକାଇବାରେ ସହଯୋଗ କରିଥିଲେ । ତାଙ୍କର ଏହି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରୁ ସ୍ୱାଗତର ସୁଅ ଛୁଟୁଥିବା ବେଳେ ଲୋକଙ୍କୁ ସେବା ଯୋଗାଇବା ଫଳରେ ନିଜର ଆତ୍ମସନ୍ତୋଷ ବଢ଼ୁଥିବା ସେ କହିଛନ୍ତି ।