
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୀର୍ଘବର୍ଷଧରି ପରମ୍ପରା ଅନୁଯାୟୀ ପ୍ରତ୍ୟେକ କାଳୀ ଓ ଦଣ୍ଡକାଳୀ ମନ୍ଦିରଗୁଡିକରେ ମେରୁଯାତ୍ରା ଜାକ ଜକମରେ ପାଳନ ହୋଇଥାଏ । ଏହାସହ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ଆଜିର ଦିନଟି ସମସ୍ତ ଓଡ଼ିଶାବାସୀଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ତେବେ କରୋନା ଭୁତାଣୁ ସଂକ୍ରମଣକୁ ରୋକ୍ ଦେବାପାଇଁ ଦେଶରେ ଲକ୍ ଡାଉନ୍ ଜାରି ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ଜିଲ୍ଲାରେ କଡାକଡି ପାଳନ କରୁଛି । ଏହି ମର୍ମରେ ଜିଲ୍ଲାରେ ବିଭିନ୍ନ ପରିଚାଳନା କମିଟିକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚଳିତ ବର୍ଷ ମେରୁଯାତ୍ରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାସହ ମନ୍ଦିର ପୂଜକ ହିଁ ରୀତିନୀତି ଅନୁଯାୟୀ ମନ୍ଦିରରେ ପୂଜାକରି ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ଜିଲ୍ଲା ପ୍ରଶାସନର ଏହି ନିର୍ଦ୍ଦେଶକୁ ଜିଲ୍ଲାର ସମସ୍ତ ମନ୍ଦିର ପରିଚାଳନା କମିଟି ପାଳନ କରିଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରରେ ଥିବା ୧୦ରୁ ଊର୍ଦ୍ଧ୍ୱ କାଳୀ ମନ୍ଦିରରେ ରୀତିନୀତି ଅନୁଯାୟୀ ବଡି ଭୋରରୁ ପୂଜକ ମେରୁଯାତ୍ରା ଅନୁସାରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ବଡିଭୋରରୁ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନ ମନ୍ଦିର ସମ୍ମୁଖରେ ପଇଁତରା ମାରୁଥିବା ବେଳେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସହରର ବିଭିନ୍ନ ମନ୍ଦିର ବୁଲି ସ୍ଥିତି ଅନୁଧ୍ୟାନକରି ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଆମ୍ବପୁଆସ୍ଥିତ ଦକ୍ଷିଣକାଳୀ ମନ୍ଦିର ପରିସରରେ ଗ୍ରାମବାସୀ ଓ ପରିଚାଳନା କମିଟି ପକ୍ଷରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଟ୍କରି ଦିନ ତମାମ୍ ମନ୍ଦିର ଚାରିପାଶ୍ୱର୍ରେ ଜଗି ବସିଥିବା ଦେଖି ପ୍ରଶାସନ ଓ ପୋଲିସ ପକ୍ଷରୁ ସାଧୁବାଦ ଦେବାସହ ସେମାନଙ୍କ ସାଥିରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତରହି ଭକ୍ତଙ୍କୁ ଦର୍ଶନ ପାଇଁ ବାରଣ କରିଥିବା ଦେଖିବାକୁ ମିଳିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO