ବ୍ରହ୍ମପୁର: ପ୍ରଶାସନିକ ଅବହେଳାରୁ ପାତ୍ରପୁର ତହସିଲ ଅନ୍ତର୍ଗତ ଅନେକ
ଆଦିବାସୀ ଗାଁର ବିକାଶ ହୋଇପାରୁନି । ଏହି ଗ୍ରାମବାସୀଙ୍କ
ପାଇଁ ପକ୍କାରାସ୍ତା ସ୍ଵପ୍ନ ଥୁବାବେଳେ ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟଜଳ ବ୍ୟବସ୍ଥାରୁ ସେମାନେ ବଞ୍ଚିତ। ଅନେକ ଗାଁ ଏବେ ମଧ୍ୟ ବର୍ଷାଦିନେ ପାଣିଘେରରେ ରହୁଛି। ଆଙ୍କୁଲି :.
ପଞ୍ଚାୟତର ତାଡ଼କାସାହିରୁ ମାଡୁଆଗୁମ୍ନା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ୨୦୧୪ ମସିହାରେ ଭିଭିପ୍ରସ୍ତର ପଡ଼ିଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇନାହିଁ । ଠିକାଦାର ପ୍ରାୟ ୮
କିଲୋମିଟରରୁ ଦୁଇ କିଲୋମିଟର ରାସ୍ତା ନିର୍ମାଣ କରି କାମ
ବନ୍ଦ କରି ଚାଲିଗଲେ।
ଫଳରେ ଆଙ୍କୁଲି ପଞ୍ଚାୟତର ମାଡୁଆଗୁମା, ବଣିଆବସା, ସିରିସିଗଣ୍ଡ, ବେହେରାପୁଟୁ, ଏଲଗଲ, ଝରାବାଡ଼ ପ୍ରଭୃତି ଗ୍ରାମବାସୀଙ୍କ ପକ୍କାରାସ୍ତାରେ
ଚାଲିବା ଆଶା କ୍ଷୀଣ ହୋଇଯାଇଛି । ବର୍ଷାଦିନ ଆସିଲେ ବାଘଲଟି ଜଳଭଣ୍ଡାରର ଜଳରାଶି ବଢ଼ିଯାଏ। ଫଳରେ ଏହି ଅଞ୍ଚଳର ଲୋକମାନେ ନାହିଁନଥିବା ଅସୁବିଧା ଭୋଗିଥାନ୍ତି। ଜରୁରୀ କାର୍ଯ୍ୟରେ ସେମାନେ ଜୀବନକୁ ପାଣିଛଡେଇ ଜଳଭଣ୍ଡାର ପାର୍ ହୋଇଥାନ୍ତି। କେବେତବେ
ଦଦରା ଡ଼ଙ୍ଗାରେ ଗର୍ଭବତୀ ପ୍ରସବ କରିଥାନ୍ତି ତ,ପୁଣି କେତେବେଳେ ଦୋଳାରେ ଆଣିବା ବେଳେ ବଣମଝିରେ ପ୍ରସବ କରିବାର ବହୁ ନଜର ରହିଛି ।
ଦୋଳାରେ ଅନେକ
ରୋଗୀ ବୁହାହୋଇ ଜଳଭଣ୍ଡାର ନିକଟରେ ପହଞ୍ଚିଥାନ୍ତି ।
ସେଠାରୁ ଡଙ୍ଗାରେ ଜଳଭଣ୍ଡାର ପାର ହୋଇ ଡାକ୍ତରଖାନା ଯିବାବେଳେକୁ ଅନେକଙ୍କ ଜୀବନ ଦୀପ
ମଧ୍ୟ ଲିଭିଯାଇଛି। ତାଡ଼କାସାହି-
ମାଡ଼ୁଆଗୁସ୍ନା ରାସ୍ତା ନିର୍ମାଣ ହୋଇଥିଲେ ଏହି ଅଞ୍ଚଳବାସୀ ବାଘଲଟି ଜଳଭଣ୍ଡାରକୁ ପ୍ରତି କାର୍ଯ୍ୟରେ ପାର୍ ହେଉନଥାନ୍ତି ବୋଲି ଅନେକ କହୁଛନ୍ତି । ସେହିଭଳି ତୁମ୍ବା ଓ ବୂରାତାଲ ପଞ୍ଚାୟତର ବଡ଼ରମ୍ପା, ସାନରମ୍ପା,ଆଡ଼ପଥର, ବଡ଼ ଅଞ୍ଜାଙ୍ଗୁଲୁ, ସନ ଞ୍ଚାଙ୍ଗୁନୁ, କୁଶମଳା, ମଇଁସିଖତ, ବିଲୁଗାଁ, ଡବେଥଳି ପ୍ରଭୃତି ୧୯ଖଣ୍ଡ ଆଦିବାସୀ ଗ୍ରାମ ଆନ୍ଧ୍ର-ଓଡ଼ିଶା ସୀମାରେ
ରହିଛି। ଦୁଇ ରାଜ୍ୟକୁ ସଂଯୋଗ
କରୁଥୁବା ମହେନ୍ଦ୍ର ତନୟା ନଦୀ ଉପରେ ସେତୁ ଓ ପକ୍ଲାରାସ୍ତା ନିର୍ମାଣ ନହେବାରୁ ଆଦିବାସୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଏହି ଅଞ୍ଚଳର ଲୋକମାନେ ଶିକ୍ଷା,
ସ୍ଵାସ୍ଥ୍ୟ ଓ ପାନୀୟଜଳରୁ ବଞ୍ଚିତ ହେଉଛନ୍ତି। ଗମନାଗମନ
ଠପ୍ ହୋଇଯାଉଥିବାରୁ ଅନେକଙ୍କ ଘରେ ଚୁଲି ଜଳେନି। ସରକାର ଏଥିଧପ୍ରତି ଦୃଷ୍ଟି ଦେଲେ ଏହି ଅଞ୍ଚଳବାସୀଙ୍କ ବିକାଶ ହୋଇ ପାରିଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।