

Related Stories
October 14, 2025
ଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇପାସ ଛକ ନିକଟରେ ପ୍ରାୟ ଦେଢ଼ ମାସ ହେଲା ତେଲେଙ୍ଗାନା ରାଜ୍ୟ କମ୍ମମ ଜିଲ୍ଲାର କିଛି ଲୋକ ପରିବାର ସହ ଏଠାରେ ରହିଆସୁଛନ୍ତି।ସେମାନେ କିଛି ରୋଜଗାର କରିବା ପାଇଁ ଆସିଥିବା ବେଳେ ଏଠାରେ ଆୟୁର୍ବେଦିକ ଜଡି ବୁଟି ଔଷଧ ବିକ୍ରୀ କରିବା ସହ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୋକଙ୍କ ଭାଗ୍ୟ ଭବିଷ୍ୟତ ଗଣନା କରି ବେଶ ଦୁଇ ପଇସା ଅର୍ଜନ କରୁଥିଲେ।ହେଲେ ସରକାରଙ୍କ ତରଫରୁ କରୋନାକୁ ନେଇ ଲକ ଡାଉନ ଘୋଷଣା ହେବା ଫଳରେ ସେମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ସେମାନଙ୍କ ନିକଟରେ ଯାହା ପଇସା ଥିଲା ତାହା ମଧ୍ୟ ଶେଷ ହୋଇଗଲାଣି।ବର୍ତ୍ତମାନ ପରିସ୍ଥିତିରେ ସେମାନେ ନିଜ ଗ୍ରାମକୁ ମଧ୍ୟ ଫେରି ପାରୁନାହାନ୍ତି।ଏସମ୍ପର୍କରେ ଖବରପାଇ ଏନ ଏ ସି ସେମାନଙ୍କୁ ଭଞ୍ଜନଗର ଜଳସେଚେଚନ ଉନ୍ନୟନ ସାଂସ୍କୃତିକ ପରିଷଦ ତରଫରୁ ଯୋଗାଇ ଦିଆଯାଉ ଥିବା ରନ୍ଧାଖାଦ୍ୟ ପ୍ରତିଦିନ ପିଲା ଛୁଆ ସମେତ ୧୬ ଜଣଙ୍କୁ ବଣ୍ଟନ କରୁଥିଲେ ମଧ୍ୟ ଲକ ଡାଉନ ପରେ ଏଠାରେ ଫସିଥିବା ସମସ୍ତଙ୍କୁ ପ୍ରଶାସନ ତରଫରୁ ନିଜ ଗ୍ରାମକୁ ଫେରିବାରେ ସାହାଯ୍ୟ କରିବାକୁ ସେମାନେ ନିବେଦନ କରିଛନ୍ତି।