
ବେଲଗୁଣ୍ଠା-୧/୪-କରୋନା ଭୁତାଣୁ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ହୋଇଛି ଲକ୍ ଡାଉନ୍ ।କିନ୍ତୁ ଏ ପର୍ଯ୍ୟନ୍ତ କିଛି ଯୁବକ ଓ ଲୋକଙ୍କ କ୍ଷେତ୍ରରେ ଏ ଯାଏଁସୁଧାର ନ ଆସିବା ଦେଖାଦେଇଛି ବେଲଗୁଣ୍ଠା ସହରରେ ।ସେମାନଙ୍କୁ ଦେଖି ଲାଗୁଛି ଯେମିତି କରୋନା ଭୟ ଆଉ ନାହିଁ ।କେବଳ ଖରା ବେଳ ଛାଡି ସକାଳ ଓ ଅପରାହ୍ନ ପରେ ବେଲଗୁଣ୍ଠା ସହରର ହାଟପଦା ମୁଖ୍ୟ ରାସ୍ତା ବାଦ୍ ଦେଲେ ବାକି ଗଳିକନ୍ଦି ଓ ସାହି ସାହିରେ ଗହଳି ଦେଖିବାକୁ ମିଳୁଛି ।ବେଲଗୁଣ୍ଠା ପୋଲିସ ବାରମ୍ବାର ପେଟ୍ରୋଲିଂ,ଏନ୍.ଏ.ସିର ପ୍ରତିଦିନ ଡାକବାଜୀ ଯନ୍ତ୍ର ଦ୍ୱାରା ସଚେତନତା ବାର୍ତ୍ତା,ସ୍ୱଛ ସାଥି ଓ ସାନିଟାରୀ ଏକ୍ସପର୍ଟଙ୍କ ବାରମ୍ବାର ସଚେତନ କରିବା ସତ୍ତ୍ୱେ ମଧ୍ୟ କିଛି ଫରକ ନ ପଡିବା ଚିନ୍ତାର ବିଷୟ ହୋଇପଡିଛି ।ପୋଲିସ ପେଟ୍ରୋଲିଂ ଦେଖିଲେ ଘରକୁ ପଳାଇ ପୁଣି ପୋଲିସ ଚାଲିଗଲା ପରେ ଲୋକମାନେ ବାହାରକୁ ବାହାରିଯାଉଛନ୍ତି ।କିଛି ଦୋକାନରେ ମଧ୍ୟ ଦୂରତା ରକ୍ଷା କରିବା ପାଇଁ ଚିହ୍ନ କରାଯାଇଥିଲେ ମଧ୍ୟ ଗ୍ରାହକ ମାନେ ଏକ ସଙ୍ଗେ ଭିଡ ଲଗାଇବା ଦେଖିବାକୁ ମିଳିଛି ।ବେଳେ ବେଳେ ସାତ ଆଠ ଜଣ ଲୋକ ଏକାଠି ହୋଇ ଗପୁଥିବା ଲକ୍ଷ୍ୟ କରାଯାଇଛି ।କିଛି ବାଇକ୍ ଆରୋହୀ ମଧ୍ୟ ଦୁଇ ଦୁଇ ଜଣ ହୋଇ ସାହି ସାହି ବୁଲୁଥିବା ମଧ୍ୟ ଦେଖାଯାଇଛି । ବେଲଗୁଣ୍ଠା ଏନ୍.ଏ.ସି ରେ ପ୍ରାୟ ୧୦୦ ଜଣ କ୍ୱାରେଣ୍ଟାଇନ୍ ରେ ଥିବା ବେଳେ ପ୍ରାୟ ଲୋକ ସଙ୍ଗରୋଧରେ ନ ରହି ବାହାରେ ସାହି ପଡିଶା ବୁଲୁଥିବା ଲକ୍ଷ୍ୟ କରାଯାଇଛି ।ଏଥିରୁ ଲୋକ କେତେ ସଚେତନ ତାହା ଜଣାପଡୁଛି ।ପ୍ରଶାସନ ବିଭିନ୍ନ ଉପାୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଥିବା ବେଳେ କିଛି ଲୋକ ଏ ପରି ପରିସ୍ଥିତି ସୃଷ୍ଟି ହୋଇଛି ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO