ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।ବିଶେଷ କରି ସତର୍କତା ଅବଲମ୍ବନ କରିବା ସହ ଲୋକଙ୍କ ସୁରକ୍ଷା ଉପରେ ବେଶ ଗୁରୁତ୍ୱ ଦିଆଯାଇଛି।ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ମେଡିକାଲ, ସି.ଟି ସ୍କୁଲ ଓ ୟୁ.ବି ହାଇସ୍କୁଲ ରେ ଆରମ୍ଭ ହେବାକୁ ଥିବା ଆଇସୋଲେସନ ଗୃହ ବୁଲି ସ୍ଥିତି ସମୀକ୍ଷା କରି ସନ୍ତୋଷଲାଭ କରିଥିବା ଜଣାପଡିଛି।ଏଥିରେ ତାଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମେଡିକାଲ ଅଧିକ୍ଷକ ସୀତାଂସୁ ଶେଖର ଶତପଥୀ,ଏସ ଡି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର, ତହସିଲଦାର ଆଲୋକ କୁମାର ପ୍ରଧାନ, ବି ଡି ଓ ଅନୀଲ କୁମାର ସେଠୀ, ଆଇ ଆଇ ସି ସୁଦୀପ୍ତ କୁମାର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।