ଭଞ୍ଜନଗର – କେରଳ ରୁ କିଛିଦିନ ତଳେ ଫେରିଥିବା ବେଳଗୁଣ୍ଠା ନିକଟ ଲୁଣିପଡା ଗ୍ରାମର ପବିତ୍ର ଗୌଡ଼ ଓ ଚନ୍ଦନ ଭୂୟାଁ ଗୋଟିଏ ବାଇକରେ ଏବଂ ଶଙ୍କର ଗୌଡ଼ ଓ ନାରାୟଣ ଭୂୟାଁ ଅନ୍ୟ ଏକ ବାଇକରେ ପଳାସ ପଲ୍ଲୀ ଗ୍ରାମକୁ ଯାଇ ସାଙ୍ଗମାନଙ୍କୁ ସାକ୍ଷାତ କରି ଶନିବାର ସନ୍ଧ୍ୟାରେ ନିଜ ଗ୍ରାମକୁ ଫେରୁଥବା ବେଳେ ଗୁଡିବନ୍ଧ-ବୁଢ଼ା କେନ୍ଦୁ ମଧ୍ୟ ଭାଗ ରାସ୍ତାରେ ଉଭୟଙ୍କ ବାଇକ ମଧ୍ୟରେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା।ଫଳରେ ପବିତ୍ର ଓ ଚନ୍ଦନ ବସିଥିବା ବାଇକ ଟି ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା।ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ହେଲେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଶଙ୍କର ଓ ନାରାୟଣ ସାମାନ୍ୟ ଆହତ ହୋଇଭଞ୍ଜନଗର ମେଡିକାଲ ରେ ଚିକିତ୍ସିତ ହେଇଥିଲେ।ଗାଙ୍ଗପୁର ପୋଲିସ ମୃତଦେହ ଜବତ କରି ଭଞ୍ଜନଗର ଡାକ୍ତରଖାନା ରେ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିଲେ।
Related Stories
August 27, 2025
August 27, 2025
August 27, 2025