-
ଅସମୟରେ ସିଟିବସ୍ ହେଲା ସହାୟକ

ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣରେ ସାରା ବିଶ୍ୱ ଜର୍ଜରିତ ହୋଇଥିବା ବେଳେ ଭାରତର ସବୁ ରାଜ୍ୟରେ ଜନତା କର୍ଫ୍ୟୁ ଜାରି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ଦେଶର ସବୁ ରାଜ୍ୟରେ ଚାଲୁଥିବା କଳକାରଖାନା ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନମାନେ ବନ୍ଦ କରାଯାଇଛି । ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକ, କର୍ମଚାରୀମାନେ ନିଜ ନିଜ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । ଏହି ମର୍ମରେ ଗଞ୍ଜାମ ଜିଲ୍ଲାର ବହୁ ଗ୍ରାମର ଲକ୍ଷାଧିକ ଲୋକ ସୁରଥ, ମୁମ୍ବାଇ, ବେଙ୍ଗାଲେର, କେରଳ, ପୁନେ, ଚେନ୍ନାଇ ଆଦି ରାଜ୍ୟରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଘରକୁ ଫେରୁଛନ୍ତି । କରୋନା ଭୁତାଣୁ ସଂକ୍ରମଣରୁ ଦୂରରେ ରହିବା ପାଇଁ ଏହି ଲୋକମାନେ ଏବେ ନିଜ ଭିଟାମାଟିକୁ ଫେରୁଥିବା ଦେଖିବାକୁ ମିଳିଛି । ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତକରି ନଜର ବନ୍ଦିରେ ରଖିବା ପାଇଁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ରବିବାର ଦିନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମର ଅନ୍ୟ ରାଜ୍ୟରୁ ଟ୍ରେନ୍ ଯୋଗେ ଫେରିଛନ୍ତି ।

ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକେ ବ୍ରହ୍ମପୁରରେ ପହଞ୍ôଚବାପରେ ରବିବାର ଦିନ ସାରା ଦେଶରେ ଜନତା କର୍ଫ୍ୟୁ ହୋଇଥିବାରୁ ଗାଡି ଚଳାଚଳ ସହ ସବୁ ଦୋକାନ ବଜାର ବନ୍ଦ ରହିଥିଲା । ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥାକରି ସିଟି ବସ୍ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବାର ବ୍ୟବସ୍ଥା କରିବା ସହ ବ୍ରେଡ୍ ଓ ପାଣି ବୋତଲ ଦେଇ ସେମାନଙ୍କ ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲା । ଗେଟ୍ ବଜାର ଠାରୁ ୭ଟି ସିଟି ବସ୍ ଯୋଗେ ପ୍ରାୟ ୩୦୦ ଯାତ୍ରୀଙ୍କୁ ପଠାଯାଇଥିଲା । ସୋରଡା ବ୍ଲକ୍କୁ ୨ଟି, ଭଞ୍ଜନଗରକୁ ୩ଟି, ପୁରୁଷୋତ୍ତମପୁର ଓ ପୋଲିସରା ହୋଇ ବୁଗୁଡାକୁ ଗୋଟିଏ, ଗଜପତି ଜିଲ୍ଲା ଚନ୍ଦ୍ରଗିରିକୁ ଗୋଟିଏ ଏଭଳି ୭ଟି ସିଟି ବସ୍ରେ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ସେପଟେ ରବିବାର ମଧ୍ୟରାତ୍ରରେ ମୁମ୍ବାଇରୁ ଆସୁଥିବା କୋଣାର୍କ ଟ୍ରେନ୍ରେ ଶତାଧିକ ଲୋକ ଆସୁଥିବାରୁ ସେମାନଙ୍କୁ ମଧ୍ୟ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ପ୍ରଶାସନିକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସେପଟେ ଜିଲ୍ଲାବାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବ ସ୍ଥାନୀୟ ପୋଲିସ ପ୍ରଶାସନର ଉପସ୍ଥିତିରେ ବସ୍ରେ ଯାଇଥିବା ରାଜ୍ୟ ବାହାର ଫେରନ୍ତାଙ୍କ ସବିଶେଷ ତଥ୍ୟ ରଖିବା ସହ ଯେଉଁମାନେ ଯେଉଁ ବ୍ଲକ୍କୁ ଯାଇଛନ୍ତି ସେହି ବ୍ଲକ୍ ପ୍ରଶାସନକୁ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO