
ଭଞ୍ଜନଗର– ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ କରୋନା ଭାଇରସ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରାଯାଇଛି।ପୂର୍ବରୁ ସହରରେ ରାସନ, ପରିବା ଓ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ବହୁ ବ୍ୟବସାୟୀ ନିୟମ ଉଲଂଘନ କରି ନିଜର ବ୍ୟବସାୟ ଚଳାଇ ଥିବା ଦେଖି ଆଜି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ବି ଡି ଓ ଅନୀଲ କୁମାର ସେଠୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ସହରର ବିଭିନ୍ନ ସ୍ଥାନ ତଥା ଲାଣ୍ଡେଇ ସାହି, ବାଇପାସ ରୋଡ଼, ଚକରା ବିଷୋୟୀ ଛକ ମାଛ ମାର୍କେଟ, ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ,ଖାଲା ସାହି,ମେନ ରୋଡ଼, ବାଉଁଶ ଲୁଣ୍ଡି,କୋଦଣ୍ଡା ଛକ, ଅଗଝୋଳ, ବସ ଷ୍ଟାଣ୍ଡରେ ଥିବା ସମସ୍ତ ଦୋକାନ ବଜାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସେଥି ମଧ୍ୟରେ କେତେକ ଦୋକାନୀଙ୍କୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି।ସମସ୍ତ ଜନସାଧାରଣ ସଚେତନ ହୋଇ ପ୍ରଶାସନ କୁ ସହଯୋଗ କରିବାକୁ କୁହାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO