
ଦିଗପହଣ୍ଡି: ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଘୋଡାହାଡ଼ ଡ୍ୟାମ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଥିବା କରୋନା ସଚେତନତା କରିବାକୁ ଯାଇ ଗାଳି ଗୁଳଜ ଶୁଣିବା ପରେ ଥାନାରେ ଅଭିଯୋଗ କରିଥିଲେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ । ଏହି ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ କାର୍ଯ୍ୟରତ ରାଜସ୍ୱ ନିରକ୍ଷକ ହାତରେ ଠେଙ୍ଗା ଧରି ଦୋକାନ ବନ୍ଦ ପାଇଁ କହୁଥିବା ସଙ୍ଗେ ସଙ୍ଗେ ଲୋକଙ୍କୁ ମାଡ଼ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିରେ ତହସିଲଦାର ସମତେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ କିଛି ଲୋକ ଓ ଫାଷ୍ଟଫୁଡ଼ ଦୋକାନୀ ଘେରି ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। ଏଥିରେ ଲୋକମାନେ ଧମକାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପୋଲିସ ଖବର ପାଇ ଆସିବ ପରେ ସେମାନେ ଛତ୍ର ଭାଙ୍ଗି ଦେଇଥିଲେ। ଆଜି ଅପରଂହରେ ବ୍ରହ୍ମପୁର ଉପଜିଲ୍ଲାପାଳ ପହଂଚି ୧୨ଟି ଦୋକାନକୁ ଉଛେଦ ଜେସିବି ନେଇ ପହଞ୍ଚିଥିଲେ। ଉଛେଦ ସମୟରେ ଉକ୍ତ ସ୍ଥାନରେ ଦୋକାନ କରିଥିବା ଦୋକାନୀ ମାନେ ଉପଜିଲ୍ଲାପାଳଙ୍କୁ କିଛି ସମୟ ଦେବା ପାଇଁ ଅନୁରୋଧ କରିଥିଲେ। ଦୋକାନୀ ମାନଙ୍କ ବ୍ୟବସାୟରେ ପ୍ରାୟ ୧୫ରୁ୨୦ ପରିବାର ଚଳୁଥିବା ପ୍ରକାଶ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO