ଭଦ୍ରକ – ୩ୟ ଦିନରେ ପହଁଛିଚି ଜିଲ୍ଲା ଯାଦବ ମହାସଭା ଓ ଯୁବଯାଦବ ମହାସଭା ତରଫରୁ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ । ପ୍ରଥମେ ବନ୍ତଛକରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆରଡ଼ିଛକରେ ଏହି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ପୁର୍ବରୁ ବହୁ ସଂଗଠକ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ପାଇଁ ଅଂଟା ଭିଡ଼ିଥିଲା ବେଳେ ଏବେ ଏହି ଅଭିଯାନକୁ ଜୋରଦାର କରାଯାଇଛି । ଆଗକୁ ଏହି ଅଭିଯାନ ଚାଲୁରହିବ ବୋଲି ମହାସଭା ପକ୍ଷରୁ କୁହାଯାଇଛି । ଭଦ୍ରକ ଜିଲ୍ଲା ଯୁବ ଯାଦବର କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡ଼ ଓ ଯୁବ ମୁଖ୍ୟଉପଦେଷ୍ଟା ଅମର ବାରିକଙ୍କ ସଭାପତିତ୍ୱରେ ମେଡ଼ିକାଲ କଲେଜ ପାଇଁ ଏକ ଦସ୍ତଖତ ଅଭିଯାନ ଏଠାରେ ସକାଳ ୭ଘଟିକା ସମୟରୁ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଠାରେ ଏକ ସଭାର ଆୟଯୋନ ମଧ୍ୟ କରାଯାଇଥିଲା । ଏହି ଦସ୍ତଖତ ଅଭିଯାନରେ ଜିଲ୍ଲା ଯାଦବର ସଭାପତି ସୁବାଷଚନ୍ଦ୍ର ବାରିକ, ରାଜ୍ୟ ଯୁବଯାଦବ ସାଧାରଣ ସଂପାଦକ ପ୍ରଦୀପ କୁମାର ବାରିକ ଏବଂ ଚୁନିଦା ଅଞ୍ଚଳର ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା, କାହ୍ନୁଚରଣ ବାରିକ, ଅଜୟ କୁମାର ବାହାଲ, ବିରେନ୍ଦ୍ର ପରିଡ଼ା, ଜିଲ୍ଲାଯାଦବ ମହାସଭାର ଉପସଭାପତି ମନୋଜ ପାଣ୍ଡପ, ଲିପିକା ବାରିକ, ସଧାରଣ ସମ୍ପାଦକ ରାଜେନ୍ଦ୍ର ଦାସଙ୍କ ସହଯୋଗରେ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା । ଆରଡ଼ି ଛକରେ ଅନୁଷ୍ଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ଆଇନ୍ଜୀବୀ, ଯୁବପିଢ଼ୀ, କଲେଜ ଛାତ୍ର/ଛାତ୍ରୀ, ମହିଳା ଏବଂ ବୟଷ୍କ ଲୋକମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଦସ୍ତଖତ ଅଭିଯାନରେ ଜିଲ୍ଲାର ସମସ୍ତ ପ୍ରକାର ଅଣରାଜନୈତିକ ସଂଗଠନମାନେ ଏଠାରେ ଯୋଗଦାନ କରିଥିଲେ । ଏହାବ୍ୟତିକ ଭଦ୍ରକ ଜିଲ୍ଲାର ବରିଷ୍ଠନେତା ଚନ୍ଦ୍ରକାନ୍ତ ନାୟକ, ଗେଲପୁର ପଂଚାୟତ ସମିତି ସଭ୍ୟ ଅଶୋକ କୁମାର ପରିଜା, ବିଜେପି ନେତା ଦିନବନ୍ଧୁ ପତି, ସପନ ଦାସ, ନାରୀନେତ୍ରୀ ବସୁମିତା ସାହୁ, ସ୍ୱଣ୍ଣଲତା ବେହେରା, ବିଜେପି ଯୁବନେତା ସୁରଜିତ ପାଲ, ଲାଲାଲଲିତ ନାୟକ ନିଜର ବହୁମୁଲ୍ୟ ମତାମତ ଦେବା ସହ ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମର ସରତ ମହାକୁଡ଼ୁ, ସୁଦର୍ଶନ ବାରିକ, ବାପୁଜୀ ପରିଡ଼ା, ଚିଦାନନ୍ଦ ବାରିକ, ଯୁବଯାଦବନେତା ଅମ୍ୟାନ୍ୟାଂସୁ ସାହାଣି, କାର୍ତିକ ଚନ୍ଦ୍ର ବେହେରା, ପରେଶ ନାୟକ, ବାଦଲ ଦାସ, ଶେଷଦେବ ପରିଡ଼ା, ସାଧୁଚରଣ ବାରିକ, ପ୍ରଫୁଲ୍ଲ ପୃଷ୍ଟି, ରସ୍ମିରଂଜନ ମହାକୁଡ଼ୁ ପ୍ରମୁଖ ସହଯୋଗ କରିଥିଲା ବେଳେ ଗୌରିଗୋପାଳ ଚେନା ଏବଂ ମୁନ୍ନା ମଲ୍ଲିକ ଉପସ୍ଥିତ ଥିଲେ ।
Related Stories
October 25, 2024