
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅଧିନ କୋର ପଂଚାୟତ ନୋଡାଲ୍ ହାଇସ୍କୁଲ ପରିସରରେ ହିନ୍ଦି ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯର୍୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମଲ ମୁଖ୍ୟ ଅତିଥି ଓ କଥାକାର ପ୍ରଦୀପ ନାୟକ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ । ହିନ୍ଦି ଶିକ୍ଷକ ବିମଳ କୁମାର ସ୍ୱାଇଁ ଏବଂ ମହେଶ୍ୱର ସାହୁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ରାଷ୍ଟ୍ରଭାଷା ହିନ୍ଦିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ ।
ବରିଷ୍ଟ ଶିକ୍ଷକ ତଥା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଆବାହକ ତଥା ହିନ୍ଦି ଶିକ୍ଷକ ହେମନ୍ତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ହିନ୍ଦି ପକ୍ଷ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦୈନିକ ଗୋଟିଏ କରି ନୂତନ ହିନ୍ଦି ଶଦ୍ଦ ପ୍ରୟୋଗ କରିବା ଓ ମନେ ରଖିବାକୁ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ମହମ୍ମଦ ଜଲାଲଉଦ୍ଦିନ୍, ଶିକ୍ଷକ ରାଧାମୋହନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସୁଦର୍ଶନ ହାଇସ୍କୁଲର ଶିକ୍ଷକ ପ୍ରବୀର କୁମାର ପତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସ୍କୃତ ଶିକ୍ଷକ ବିଭୁତି ଭୂଷଣ ଜେନା ଭଜନ ପରିବେଷଣ କରିଥିବାବେଳେ ଆବାହକ ହେମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।