
ଝାରସୁଗୁଡ଼ା – ପାରିବାରିକ ସମସ୍ୟାକୁ ନେଇ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ, ବଡ଼ମାଲ ଥାନା ଅନ୍ତର୍ଗତ ବନ୍ଦ ପଡ଼ିଥବା ଏସିଟିକ ଗ୍ୟାସ୍ କାରଖାନାରେ କିଛି ଯୁବକ ରହି ସେହିଠାରେ ଉକ୍ତ କାରଖାନାକୁ ଜଗୁଥିଲେ।ରାହୁଲ ସାହୁ (୨୧) ନାମକ ଯୁବକ ମଧ୍ୟ ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ଗତ କିଛିଦିନ ହେବ ରାହୁଲ ବେହେରାମାଲ ସ୍ଥିତ ପିଏସେଏଫଏ ସିକ୍ୟୁରିଟି ଅଫିସରେ କାମ କରୁଥିଲା। ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ସେ ଆସି ଅନ୍ୟ ଏକ ରୁମକୁ ଯାଇ ଶୋଇଥିଲା। ତା ସହିତ ରହୁଥିବା ଅନ୍ୟ ଜଣେ ସମ୍ପର୍କୀୟ ଭାଇ ରାହୁଲ ରାତିରେ ଉକ୍ତ କାରଖାନାର ଚାରିଆଡେ ବୁଲାବୁଲି କରି ଆସି ରାହୁଲ କଣ କରୁଛି ଭାବି ତା ରୁମର ଦ୍ୱାର ବାଡେଇ ଥିଲା । କିନ୍ତୁ ଭିତରୁ କୌଣସି ଉତ୍ତର ନମିଳିବାରୁ ତାକୁ ସନ୍ଦେହ ହେବାରୁ ଦ୍ଵାରରେ ଥିବା ଫାଙ୍କ ମଧ୍ୟରୁ ଦେଖିବାରୁ ରାହୁଲ ଆଜବେଷ୍ଟଶର ଲୁହା ରେଲିଂଗରେ ରସିଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲା। ସେ ଅନ୍ୟ ତିନି ଜଣ ଯୁବକଙ୍କୁ ଡାକି ବଡ଼ମାଲ ଥାନାରେ ଖବର ଦେବାରୁ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦ୍ୱାର ଭାଙ୍ଗି ଭିତରକୁ ପଶି ଶବକୁ ତଳକୁ ଓହ୍ଲାଇ ଥିଲେ । ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା । ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଅାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ ଜଣା ପଡିନଥିବାବେଳେ ବଡ଼ମାଲ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।