
ବେଲଗୁଣ୍ଠା-୧୬/୩-କରୋନାର ମୁକାବିଲା ପାଇଁ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗାଙ୍ଗପୁର ଅଞ୍ଚଳର ପ୍ରସିଦ୍ଧ ଦେବୀ ପୀଠ ମାଁ ବୁଢ଼ାକେନ୍ଦୁ,ଖଇରପୁଟି ଅଞ୍ଚଳର ମାଁ ସିଦ୍ଧେଶ୍ୱରୀ,କେଶରାପଲ୍ଲୀ ର ମାଁ ରତନେଇ ପୀଠରେ ହେଉଥିବା ମୁଣ୍ଡନ ଓ ଯାତ୍ରାରେ ମଙ୍ଗଳବାର ଯାତ୍ରା ରେ ଗାଙ୍ଗପୁର ପୋଲିସ ପ୍ରଶାସନ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକଣା ଜାରି କରିଛନ୍ତି ।ଆଜି ସଂଧ୍ୟାରେ ପ୍ରୋବେସନାଲ୍ ଡି.ଏସ୍.ପି ସଂଜୟ କୁମାର ଦାସଙ୍କ ତତ୍ତ୍ୱାବଧାନରେ ମାଁ ବୁଢାକେନ୍ଦୁ ମନ୍ଦିର ପରିସରରେ ତିନି ମନ୍ଦିରର ପରିଚାଳନା କମିଟିର ସଦସ୍ୟ,ପୋଲିସ ପ୍ରଶାସନ,ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଏକ ମିଳିତ ବୈଠକରେ ମଙ୍ଗଳବାର ମୁଣ୍ଡନ ବନ୍ଦ କରିବା,ବଳି ବନ୍ଦ କରିବା,ଭୋଜିଭାତ ନ କରିବା, ଜନସମାଗମ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ମନ୍ଦିରର କେବଳ ରିତିନିତୀ ଅନୁସାରେ ପୁଜା ହୋଇପାରିବ ।ଏଥିରେ ଅମାନ୍ୟ ହେଲେ ଜିଲ୍ଲାପାଳଙ୍କ ନିର୍ଦେଶ ପ୍ରକାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଡି ଏସ୍ ପି ଶ୍ରୀ ଦାସଙ୍କ ସହ ମାଁବୁଢାକେନ୍ଦୁ ପୀଠର ସଭାପତି ସଞ୍ଜୟ ପ୍ରଧାନ, ସମ୍ପାଦକ ସୁଶାନ୍ତ ପାଢ଼ୀ, ସିମାଞ୍ଚଳ ବିଷୋୟୀ, ମନୋଜ ଶତପଥୀ, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେନ୍ଦ୍ର ସାହୁ, ଖଇରପୁଟି ମାଁ ସିଦ୍ଧେଶ୍ୱରୀ ପୀଠର ଟ୍ରଷ୍ଟି ପ୍ରଦୀପ କୁମାର ଭୁୟାଁ,ମାଁ ରତନେଇ ପୀଠର ପରିଚାଳନା କମିଟିର ତଥା ମୁନିଗାଡି ସରପଞ୍ଚ ମନୋଜ ପୋଲାଇଙ୍କ ସହ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO