
ବ୍ରହ୍ମପୁର : କରୋନା ଭୂତାଣୁର ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମହାମାରୀ ଘୋଷଣା କରିବା ପରେ ଓଡିଶା ସରକାର ଏହାକୁ ରାଜ୍ୟ ବିପଯ୍ୟୟ ଘୋଷଣା କରି ସାରିଛନ୍ତି । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଶନିବାର କୁକୁଡ଼ାଖଣ୍ଡି ବ୍ଳକ ପରିସର ସମ୍ମିଳନୀ କକ୍ଷରେ କରୋନା ଭାଇରସ ବିଷୟରେ ତଥ୍ୟ ଉପସ୍ଥାପନ କରିବା ପାଇଁ ସରପଞ୍ଚମାନଙ୍କୁ ନେଇ ଗ୍ରାମାଞ୍ଚଳ ଲୋକଙ୍କୁ ଏହି ମାରାତ୍ମକ ରୋଗରୁ କିଭଳି ରକ୍ଷା ପାଇବେ ସେଥିନେଇ ବ୍ଳକ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ନେଇ ଏହି ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ଯୋଗଦେଇ ବର୍ତ୍ତମାନ ବ୍ୟାପିଥିବା କରୋନା ଭାଇରସ ପାଇଁ କେନ୍ଦ୍ର ସରକାର ଏକ ତତ୍ପରତା ସହ ଲୋକ ସମାଗମ ହେଉଥିବା ସ୍ଥଳମାନଙ୍କରେ ଭିଡ଼ ନରହିବା ନିମନ୍ତେ ଘୋଷଣା କରିବା ସହ ଏଥିପାଇଁ ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି ତଦନୁଯାଇ ସମସ୍ତ କାର୍ଯ୍ୟ ତଦାରଖ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଅନୁସାରେ ସମସ୍ତ ସମସ୍ତ ଶିକ୍ଷା ଅନୁଷ୍ଠାନ ଆସନ୍ତା ଏପ୍ରିଲ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍. ଗିରିଧାରୀ ଅବଗତ କରିବା ସହ ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିଲେ ତାହା ସେହି ଦିନମାନଙ୍କରେ ଖୋଲା ରହିବ ପିଲା ପରୀକ୍ଷା ଦେଇପାରିବେ । ସେହିପରି ଏହି ରୋଗ ଯେଉଁମାନଙ୍କଠାରେ ଦେଖାଯାଏ ତାହା ହେଲେ ସେମାନଙ୍କଠାରୁ ଦୂରେଇ ରହିବା ସହ ନିୟମିତ ହାତ ଧୋଇବା ସହ ମୁହଁରେ ମାକ୍ସ ବ୍ୟବହାର ପାଇଁ ଗ୍ରାମାଞ୍ଚଳମାନଙ୍କରେ ସଚେତନ କରାଇବା ନିମନ୍ତେ ବୈଠକରେ ଆଲୋଚନା କରିଥିଲେ । ବୈଠକରେ ସମସ୍ତ ସରପଞ୍ଚ ଓ ବ୍ଳକ କର୍ମକର୍ତ୍ତା ଯୋଗଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO