
ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲ୍ଲାର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ପିଣ୍ଟୁ ଓରଫ ପାଣ୍ଡା ଗୌଡ଼କୁ ଶନିବାର ଗିରଫ କରିଛି ସଦର ଥାନା ପୁଲିସ । ଏନେଇ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପାଣ୍ଡା ନାମରେ ବହୁ ମାମଲା ରହିଥିବା ବେଳେ ସେ କୋର୍ଟ ହାଜର ନହେବାରୁ ୱାରେଣ୍ଟ ଜାରି ହୋଇଥିଲା । ଏକ ମାମଲାରେ କୋର୍ଟ ଏନ୍ବିଡବ୍ଲୁ ଜାରି କରିବା ପରେ ପାଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପାଣ୍ଡା ନାମରେ ସଦର ଥାନାରେ ୯ଟି କେସ୍, ଦିଗପହଣ୍ଡି ଥାନାରେ ୩ଟି କେସ୍ ଓ କେ.ନୂଆଗାଁ ଥାନାରେ ଗୋଟିଏ କେସ୍ ପାଣ୍ଡା ନାମରେ ରହିଥିବା ସଦର ଏସ୍ଡିପିଓ ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO