ଅଂଚଳରେ ଚାଲିଥିବା ଡେଙ୍ଗୁ ପ୍ରାଦୁର୍ଭାବରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁର ତରଫରୁ ଏକ ଅଭିଯାନ ଆରମ୍ଭ ହୋଇଛି l ଏହା ଅଧୀନରେ ଆଖପାଖ ଅଂଚଳରେ କମ୍ପାନୀ ତରଫରୁ ମଶା ମରା ଧୂଆଁ ପ୍ରୟୋଗ କରାଯିବା ସହିତ ଅଂଚଳରେ ବ୍ଲିଚିଙ୍ଗ ପାଉଡର ଏବଂ ଫିନାଇଲ ଛିଞ୍ଚା ଯାଇଛି l ଖାତକୁରବାହାଲ ପଂଚାୟତ ଏବଂ ଆମ୍ବଗଭା ପଂଚାୟତରେ ଫୋଗିଙ୍ଗ ମେସିନ ଦ୍ୱାରା ମଶା ମରା ଧୂଆଁ ଦିଆଯାଇଥିଲା l
ଖାତକୁରବାହାଲ ଅଂଚଳରେ ପ୍ରାୟ ୫୦ ଜଣ ଡେଙ୍ଗୁ ଜରରେ ଆକ୍ରାନ୍ତ ହେବା ଏବଂ ଦୁଇଜଣଙ୍କର ମୃତ୍ୟୁ ପରେ ଲୋକମାନେ ଗାଁ ଛାଡି ଅନ୍ୟତ୍ର ଚାଲି ଯାଉଥିବା ଖବର ଆଗକୁ ଆସିବା ପରେ ଡାଲମିଆ ସିମେଣ୍ଟର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ସୁନୀଲ ଗୁପ୍ତା ଏକ ସ୍ୱତନ୍ତ୍ର ଦଳ ଗଠନ କରି ଅଂଚଳରେ କିପରି ଡେଙ୍ଗୁ ମଶାକୁ ସମ୍ପୂର୍ଣ୍ଣ ଭାବରେ ହଟା ଯାଇପାରିବ ସେ ନେଇ ନିର୍ଦେଶ ଦେଇଥିଲେ l କମ୍ପାନୀ ଅଧିକାରୀ ଗୁରୁ ପ୍ରସାଦ ଚୌଧରୀ,ସମୀର ଅଗ୍ରୱାଲ, ଅମରେଶ ପଣ୍ଡା ଏବଂ ସଂଜୀବ ସାହୁଙ୍କ ନେତୃତ୍ୱରେ ଯୋଜନାବଦ୍ଧ ଭାବେ ବିଭିନ୍ନ ଅଂଚଳରେ ପ୍ରଥମ ପର୍ଯ୍ୟାୟରେ ମଶା ମରା ଧୂଆଁ ମରାଯାଇଥିଲା l ଶ୍ରୀ ଗୁପ୍ତାଙ୍କ ନିର୍ଦେଶ ଅନୁସାରେ ଆଗାମୀ ଦିନରେ ଏହି କାର୍ଯ୍ୟକୁ ଜାରି ରଖାଯିବା l
ଜିଲା ମୁଖ୍ୟ ସ୍ଵାସ୍ଥ ଅଧିକାରୀ ପଙ୍କଜ ପଟେଲ ଏହି ଅବସରରେ ଖାତକୁରବାହାଲରେ ଉପସ୍ଥିତ ରହି ଡାଲମିଆ ସିମେଣ୍ଟର ଏହି କାର୍ଯ୍ୟର ପ୍ରଶଂସା କରିଥିଲେ ଏବଂ ଆଗକୁ ଜାରିରଖିବା ପାଇଁ ଅନୁରୋଧ କରିଥିଲେ l ସ୍ଥାନୀୟ ଲୋକ ଡାଲମିଆ ସିମେଣ୍ଟର କାର୍ଯ୍ୟକୁ ସ୍ୱାଗତ ଜଣାଇଥିଲେ l
Related Stories
August 25, 2025
August 25, 2025
August 25, 2025