ରେମୁଣା ଫକୀର ମୋହନ ମେଡିକାଲ୍ କଲେଜ ଆଗରେ ଯୁବକଙ୍କୁ ଗୁଳିକାଣ୍ଡ ଘଟଣା 4 ଅଭିଯୁକ୍ତ ଙ୍କୁ ଗିରଫ କଲା ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ । ଏହା ସହ ସେମାନ ଙ୍କ ନିକଟରୁ ଗୁଳିକାଣ୍ଡ ରେ ବ୍ୟବହୃତ ହୋଇଥିବା ପିଷ୍ଟଲ ସହ 5 ଟି ଜୀବନ୍ତ ଗୁଳି ଓ 3 ବାଇକ୍ , 5 ଟି ମୋବାଇଲ କୁ ଜବତ କରିଛି ପୋଲିସ ।
ସମ୍ଭବ କୁମାର ସାହୁ ଓରଫ୍ ବାଦଲ ସାହୁ କୁ ଗତ 14 ତାରିଖ ରେ ଦୁର୍ବୃତ୍ତ ମାନେ ଅତି ନିକଟରୁ ଗୁଳି କରିଥିଲେ । ବାଦଲ ର ହାତରେ ଗୁଳି ବାଜିଥିଲା ପ୍ରଥମେ ତାକୁ ବାଲେଶ୍ୱର ହସପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଗିରଫ ମାନେ ହେଲେ ସେକ ଇସାକ୍ ଅଲ୍ଲୀ , ସିଦ୍ଧାର୍ଥ ଶଙ୍କର ବାଗ , ରାଜେନ୍ଦ୍ର ପ୍ରଧାନ ଓ ସର୍ବେଶ୍ଵର ମଲ୍ଲିକ । ସମସ୍ତ ଗିରଫ ଙ୍କୁ ଶିଳ୍ପାଞ୍ଚଳ ଥାନା ପୋଲିସ ଚାନ୍ଦିପୁର , ରଣ ସାହି , ଗୋପାଳ ଗାଁ ଓ ସୁଏଲପୁର ଅଞ୍ଚଳରୁ ଗିରଫ କରିଥିବା ସଦର ଏସଡୀପୀଔ ପ୍ରଭାସ ଚନ୍ଦ୍ର ପାଲ୍ ଶିଳ୍ପାଞ୍ଚଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ଗୁଳିକାଣ୍ଡ ରେ ଗୁରୁତର ଙ୍କ ପକ୍ଷରୁ 5 ଜଣ ଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ଏହି ଘଟଣା ରେ 5 ରୁ ଅଧିକ ସଂପୃକ୍ତ ଥିବା ପୋଲିସ କହିଛି ।
ଏହା ସହ ଗୁଳିକାଣ୍ଡ ର କାରଣ ପୂର୍ବ ଶତ୍ରୁତା ବୋଲି ପୋଲିସ କହିଛି । ଗୁଳିକାଣ୍ଡ ରେ ଆହତ ବାଦଲ କୁ ସମ୍ପୂର୍ଣ୍ଣ ଭାବେ ହତ୍ୟା କରିବା ଅପରାଧୀ ମାନେ ବ୍ଲୁ ପ୍ରିଣ୍ଟ କରିଥିଲେ କିନ୍ତୁ ଷୌଭାଗ୍ୟବଶତଃ ବାଦଲ ର ହାତରେ ଗୁଳି ବାଜି ଯାଇଥିଲା ବୋଲି ପୋଲିସ କହିଛି ।
ବାଲେଶ୍ବର ରୁ ଗୋବିନ୍ଦ ରାଠୀ