ଭଦ୍ରକ – କେନ୍ଦ୍ର ସରକାର ପରିବହନ ଆଇନ୍ରେ ବହୁ ପରିବର୍ନ ଆଣିଛନ୍ତି। ଏଣୁ ନୂତନ ପରିବହନ ଆଇନ୍ ଗତ ୧ ତାରିଖରୁ ଲାଗୁ ହୋଇଛି। ରାଜ୍ୟ ସରକାର ଏହାକୁ କଡାକଡି ଭାବେ ଲାଗୁ କରିବା ସହ ରାଜ୍ୟର ସବୁ ସହରରେ ଏହି ନିୟମ ଜନିତ ଧରପଗଡ ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ସହର ମଧ୍ଯ ଗାଡି ଯାକୁ ଜୋରଦାର କରାଯାଇଛି। ଗତ ୩ ଦିନ ମଧ୍ଯରେ ଭଦ୍ରକ ଆଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଯା କରାଯାଇ ମୋଟ ୭ ଲକ୍ଷ ୮ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ମୋଟ ୬୫ ଟି ମାମଲା ରୁଜୁ କରାଯାଇଛି। ଆରଟିଓ ୧୮ଟି ମାମଲା ରୁଜୁ କରିଥିବାବେଳେ ଆଡିସ୍ନାଲ ଆରଟିଓ ୨୩ଟି, ଜୁନିୟର ଏମ୍ଭିଆଇ ୧୬ ଟି ଓ ଟିଆଇ ୮ଟି ମାମଲା ରୁଜୁ କରିଛନ୍ତି। ମୋଟ ଜରିମାନା ମଧ୍ଯରୁ ଆଦାୟ ହୋଇଛି ୧ ଲକ୍ଷ ୬୦ ହଜାର ୭ ଶହ ଟଙ୍କା। ଅବଶିଷ୍ଟ ୫ ଲକ୍ଷ ୪୭ ହଜାର ୯ ଶହ ଟଙ୍କା ବାକି ରହିଛି ବୋଲି ଆଳିକ ପରିବହନ ଅଧିକାରୀ ବିରô ନାରାୟଣ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ଗାଡି ଯାକୁ କଡାକଡି କରାଯିବା ସହିତ ଜନ ସଚେତନତା ପାଇଁ ସହରରେ ମାଇକ୍ ମାଧ୍ଯମରେ ପ୍ରଚାର କରାଯାଇ ଗାଡିର କାଗଜପତ୍ର ଗାଡିରେ ରଖôବା ସହିତ ଡ୍ରାଇଭିଂ ଲାଇସେନ୍ସ ଓ ହେଲମେଟ୍ ବ୍ୟବହାର ପାଇଁ ଅନୁରୋଧ କରାଯାଇଛି।
Related Stories
September 16, 2024