
ସାନଖେମୁଣ୍ଡି: ସାନଖେମୁଣ୍ଡିର ଗ୍ରାମାଞ୍ଚଳର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ସରକାରୀ ଅନୁଦାନ ଦିଆଯାଉଛି। ଗାଁର ରାସ୍ତା, ଶିଶୁ ପାର୍କ, ଉଦ୍ୟାନ ପାର୍କ ନିର୍ମାଣ ସହ, ପୋଖରୀ ମରାମତି ସମତେ ବହୁ ବିକାଶ ମୂଳକ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଗଂଜାମ ଜିଲ୍ଲାପାଳ ସାନଖେମୁଣ୍ଡି ଗ୍ରସ୍ତରେ ଆସିଥିବା ଦେଖିବାକୁ ମିଳିଛି। ସାନଖେମୁଣ୍ଡି ବ୍ଲକ ଗ୍ରସ୍ତରେ ଜିଲ୍ଲାପାଳ ଜୀଉରା, ଆଡପଡା, ପୋଡାମାରି, ସିଙ୍ଗିପୁର ଆଦି ଗ୍ରାମରେ ଚାଲିଥିବା ଆଦର୍ଶ ପୋଖରୀ, ପାର୍କ, ଖେଳ ପଡିଆ, ଉଦ୍ୟାନ ରାସ୍ତା ଆଦି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସହ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ସହକାରୀ ଯନ୍ତ୍ରୀ ଭିକାରି ଖଣ୍ଡୁଆଳ ଓ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏତତ୍ ପରେ ଜିଲ୍ଲାପାଳ ସାନଖେମୁଣ୍ଡି ଅନ୍ତର୍ଗତ ଛଣମେରି ଆଦର୍ଶ ବିଦ୍ୟାଳୟ ପହଞ୍ଚିଥିଲେ। ଅଷ୍ଟମ ଶ୍ରେଣୀରେ ବିଜ୍ଞାନ ପଢ଼ାଉଥିବା ବେଳେ ଜିଲ୍ଲାପାଳ ଶ୍ରେଣୀ କକ୍ଷକୁ ଯାଇ ପିଲାମାନଙ୍କୁ ପାଠ ପଢ଼ାଇ ଥିଲେ। ଦୂର ଦୁରାନ୍ତରରୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଆସିବା ହେଉଥିବା ପାଇଁ ଅସୁବିଧା ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ପରିବହନ ବିଭାଗ ସହ ଆଲୋଚନା କରି ବସ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO