ଭଞ୍ଜନଗର- ଆଜି ମୁଜାଗଡ଼ ସେକ୍ସନ ବାଇବାଲି ଜଙ୍ଗଲରେ ହାତୀର ଗତିବିଧି ଲକ୍ଷ୍ୟ କରିବାକୁ କିଛି ବନକର୍ମଚାରୀ ଯାଇଥିବା ବେଳେ ହଠାତ ହାତୀକୁ ସାମ୍ନାରେ ଦେଖି କର୍ମଚାରୀମାନେ ଛତ୍ରଭଙ୍ଗ ଦେଇଥିଲେ।ଏହି ସମୟରେ ଗାର୍ଡ ଶ୍ରୀମନ ପ୍ରଧାନ ପଡିଯାଇଥିଲେ।ଗୋଟେ ହାତୀ ତାଙ୍କୁ ଶୁଣ୍ଢରେ ଆକ୍ରମଣ କରିଥିଲା।ଅନ୍ୟ କର୍ମଚାରୀଙ୍କ ଚିତ୍କାର ଶୁଣି ହାତୀଟି ପଳେଇଥିଲା। ଗୁରୁତର ଅବସ୍ଥାରେ ଶ୍ରୀମନ କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Related Stories
May 2, 2024