
ସାନଖେମୁଣ୍ଡି: ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଠାରେ ରାଜ୍ୟ ପରିଷଦ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଷ୍ଟମ ଥର ଲାଗି ଦଳୀୟ ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ପରିଷଦ ଭାବେ ମନୋନୀତ ତାଲିକା ପ୍ରକାଶ ପରେ ସାନଖେମୁଣ୍ଡି ବିଧାନସଭା ଅଞ୍ଚଳରୁ ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ରାଜ୍ୟ ପରିଷଦକୁ ମନୋନୀତ ହୋଇଥିବା ଏବଂ ଅପ୍ରତି ଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବାରୁ ଅଞ୍ଚଳ ଯୁବଗୋଷ୍ଠୀ ତଥା ବିଜେଡି ଯୁବଗୋଷ୍ଠୀ ମନରେ ଉଲାସ ଖେଳି ଯାଇଥିବା ଲକ୍ଷ କରାଯାଉଅଛି। ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତି ଥିବା ଶ୍ରୀ ସ୍ୱାଇଁ ପୂର୍ବତନ ହିଂଜିଲି ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଓ ଦୀର୍ଘ ୧୨ବର୍ଷ ଧରି ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ବିଜେଡି ଯୁବଛାତ୍ର ଶାଖାର କ୍ରମାନ୍ଵୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ପ୍ରତି ନବଗଠିତ ରାଜ୍ୟ ପାଚିକା ସଙ୍ଘ ସଭାପତି ଥାଇ ଦଳୀୟ ସଙ୍ଗଠନକୁ ସକ୍ରିୟ ରଖିଥିବା ଯୋଗେନ୍ଦ୍ରଙ୍କୁ ସାନଖେମୁଣ୍ଡି ଦାୟିତ୍ୱ ମିଳିଥିବାରୁ ସାନଖେମୁଣ୍ଡି ବିଜେଡି କର୍ମୀ ମନରେ ନୂତନ ଉତ୍ସାହ ଓ ଆଶା ସଂଚାର ହୋଇଅଛି। ଉପରୋକ୍ତ ଦାୟିତ୍ୱ ପ୍ରଦାନ କରିଥିବାରୁ ଶ୍ରୀ ସ୍ୱାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋଙ୍କୁ ଅଭିନନ୍ଦନ ତଥା କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO